ଭିମସାର ଆଇସିୟୁରେ ଅଚଳ ଭେଣ୍ଟିଲେଟର ଯୋଗୁଁ ଅସୁବିଧାରେ ରୋଗୀ

0 78

ସମ୍ବଲପୁର: ସ୍ଥାନୀୟ ବୁର୍ଲା ସ୍ଥିତ ବଡ଼ ମେଡିକାଲ ଭିମସାର ଉପରେ ପଶ୍ଚିମାଞ୍ଚଳର ୧୦ଟି ଜିଲ୍ଲା ବ୍ୟତୀତ ପଡୋଶୀ ରାଜ୍ୟ ଛତିଶଗଡ ଓ ଝାଡ଼ଖଣ୍ଡର ସୀମାନ୍ତ ଅଧିବାସୀ ଉଚ୍ଚ ଚିକିତ୍ସା ପାଇଁ ନିର୍ଭର କରନ୍ତି, କିନ୍ତୁ ସେହି ଅନୁସାରେ ଏହାର ଉନ୍ନତି ହୋଇପାରୁ ନାହିଁ । ଏପରି ମହତ୍ତ୍ୱପୂର୍ଣ୍ଣ ଚିକିତ୍ସା ଅନୁଷ୍ଠାନ ପ୍ରତି ଚରମ ଉପେକ୍ଷା ଓ ଅବହେଳାର ପରିଣାମ ସ୍ୱରୂପ ଏଠାରେ ଗମ୍ଭୀର ରୋଗୀ ଙ୍କ ପାଇଁ ଉଦ୍ଦିଷ୍ଟ ଆଇସିୟୁ ଏକପ୍ରକାର ଅଚଳ ସୋଇପଡିଛି, କାରଣ ସେଠାକାର ଅଧିକାଂଶ ଭେଣ୍ଟିଲେଟର କାର୍ଯ୍ୟକ୍ଷମ ରହୁନାହିଁ । ଏହାକୁ ସ୍ଥାନୀୟ ବୁଦ୍ଧିଜୀବୀ ଏକ ଷଡ଼ଯନ୍ତ୍ର ମଣୁଛନ୍ତି, କାରଣ ଭେଣ୍ଟିଲେଟର ଅଚଳ ରହିଛି ବୋଲି ଗୁରୁତର ରୋଗୀମାନଙ୍କୁ ସେଠାରୁ ଘରୋଇ ନର୍ସିଂ ସୋମକୁ ପଠାଯାଉଛି । କିଛି କମିଶନ ଲୋଭରେ ସରକାରଙ୍କ ପକ୍ଷରୁ ସେଠାରେ କିଛି ବହୁତଳ ପ୍ରାସାଦ ନିର୍ମାଣ କରିଦେଲେ କଣ ହେବ, ସେଠାରେ ସେବା ଦେବାପାଇଁ ଡାକ୍ତର ନାହାନ୍ତି ଓ ବ୍ୟୟବହୁଳ ଯନ୍ତ୍ରପାତି ଗୁଡ଼ିକ ଅଧିକାଂଶ ସମୟରେ ଅଚଳ ରହୁଛି ।

hiranchal ad1
Leave A Reply

Your email address will not be published.

fifteen − 8 =