ଚର୍ଚ୍ଚାରେ ପିପିଲିର ନବନିର୍ବାଚିତ ବିଧାୟକ ରୁଦ୍ର ପ୍ରତାପ ମହାରଥୀ

0 374

ପୁରୀ,୯/୧୦- ଦୁର୍ଘଟଣାର ଶିକାର ହୋଇଥିବା ଜଣେ ମହିଳାଙ୍କୁ ମାନବିକତା ଦେଖାଇ ଚର୍ଚ୍ଚା ପରିସରକୁ ଆସିଛନ୍ତି ନବନିର୍ବାଚିତ ପିପିଲି ବିଧାୟକ ରୁଦ୍ର ମହାରଥୀ । ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ଅସୁସ୍ଥ ମହିଳାଙ୍କୁ ନିଜ ଗାଡ଼ିରେ ଆଣିଲେ ମେଡିକାଲ । ସୂଚନା ଅନୁସାରେ ଏକ ବାଇକରେ ସ୍ୱାମୀ ସ୍ତ୍ରୀ ଦୁଇଜଣ ରାସ୍ତାରେ ଯିବା ବାଟରେ ବାଇକ ପଛରେ ବସିଥିବା ମହିଳାଙ୍କର ମୁଣ୍ଡ ବୁଲାଇବାରୁ ତଳେ ପଡିଯାଇଥିଲେ । ଏହାପରେ ତାଙ୍କ ସ୍ୱାମୀ ତୁରନ୍ତ ମେଡିକାଲ ଆଣିବା ପାଇଁ ଆମ୍ବୁଲାନ୍ସକୁ ଫୋନ କରିଥିଲେ ମାତ୍ର ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହୋଇଥିଲା । ସେହି ସମୟରେ ବିଧାୟକ ପିପିଲି ବ୍ଲକ ଓରକଳ ପଞ୍ଚାୟତରେ ନିଜର ସରକାରୀ କାର୍ଯ୍ୟକ୍ରମ ସାରି ଫରିବା ବାଟରେ ଏହି ଘଟଣା ଦେଖି ଗାଡିରୁ ଓହ୍ଲାଇ ଆସି ଘଟଣା ସମ୍ପର୍କରେ ବୁଝିଥିଲେ । ସଂଗେ ସଂଗେ ମହିଳା ଜଣଙ୍କୁ ସାଙ୍ଗରେ ଥିବା ନିଜର କର୍ମୀ ମାନଙ୍କ ସହଯୋଗରେ ପିପିଲି ମେଡିକାଲକୁ ଆଣି ଚିକିତ୍ସା କରିଛନ୍ତି । ଯାହାର ଭିଜୁଆଲ ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି । ନିର୍ବାଚିତ ହେବା ପରେ ଅସହାୟ ଲୋକଙ୍କ ପ୍ରତି ରୁଦ୍ର ମହାରଥୀଙ୍କ ସାହାଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।

hiranchal ad1
Leave A Reply

Your email address will not be published.

2 × five =