ବୌଦ୍ଧ,୧୧/୧୦ – ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଏଏନଏମ ଟ୍ରେନିଂ ହଲ୍ରେ ଗତକାଲି ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର, ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଭୟ କୁମାର ଦାଶ, ଅତିରିକ୍ତ ଗଣସ୍ୱାସ୍ଥ୍ୟ ଅଧିକାରୀ ଡା. ବିକେଆରସି ଦେଓ ହେମ୍ରମ, ସୁପରିଟେଣ୍ଡେଣ୍ଟ ମେଡିକାଲ ଡା. କିଶୋର ଚନ୍ଦ୍ର ପଟ୍ଟନାୟକ, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ରୂପକ ମହାପାତ୍ର ଏବଂ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।
ଜିଲ୍ଲାପାଳ ଶ୍ରୀ ମିଶ୍ର ମାନସିକ ସଚେତନତା ରଥକୁ ପତାକା ଦେଖାଇ ଉଦଘାଟନ କରିଥିଲେ । ଏହି ସଚେତନତା ରଥ ବୌଦ୍ଧଜିଲ୍ଲାର କଣ୍ଟାମାଳ, ବୌଦ୍ଧ, ହରଭ୍ଙ୍ଗା ବ୍ଲକ ତଥା ଏନଏସି ଅଞ୍ଚଳରେ ୩ଦିନ ପାଇଁ ବୁଲି ଜନସାଧାରଣଙ୍କୁ ସଚେତନତା ବାର୍ତ୍ତା ପ୍ରଦାନ କରିବ ।