ଭୁବନେଶ୍ବର : ବହୁ ଚର୍ଚ୍ଚିତ ମନୀଷ ଅନୁରାଗ ମୃତ୍ୟୁ ମାମଲାର ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟରେ ଶ୍ବାସରୁଦ୍ଧ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ଦର୍ଶାଯାଇଛି । ଦିନେ ଦୁଇ ଦିନରେ ଫାଇନାଲ ପୋଷ୍ଟମର୍ଟମ ରିପୋର୍ଟ ଆସିବ । ତେବେ ମନୀଷଙ୍କୁ ଅପହରଣ କରାଯାଇଥିବା ନେଇ ପୋଲିସ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରମାଣ ପାଇନାହିଁ । ଏହା ଏକ ହତ୍ୟାକାଣ୍ଡ କିମ୍ବା ଏହା ପଛରେ ଆଢ଼ଉ କଣ କାରଣ ରହିଛି ତାହା ଫାଇନାଲ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହିଁ ଜଣାପଡିବ । ଘଟଣାରେ ୩ଟି ଦିଗକୁ ନେଇ ତଦନ୍ତ କରୁଛି ପୋଲିସ । ମନୀଷ ସାଙ୍ଗରେ ଥିବା ବ୍ୟକ୍ତି ଘଟଣା ସ୍ଥଳରୁ ଫେରାର ହେଲେ କାହିଁକି ତାହାକୁ ନେଇ ତଦନ୍ତ କରୁଛି ପୋଲିସ । ଏହା ସହିତ ସେ ଭୋର ୩ଟା ୨୯ରୁ ୪ଟା ୧୨ ଯାଏଁ କେଉଁଠି ଥିଲେ ତାହାର ତଦନ୍ତ କରାଯାଉଛି । ଏ ତମାମ ଦିଗକୁ ଅନୁସନ୍ଧାନ କରି ତଦନ୍ତ ଜାରି ରଖିଛି ପୋଲିସ । ପୋଷ୍ଟମର୍ଟମ ପ୍ରାଥମିକ ରିପୋର୍ଟରୁ ଶ୍ବାସ ରୁଦ୍ଧ ଯୋଗୁଁ ମୃତ୍ୟୁ ଘଟିଥିବା ପୋଷ୍ଟମର୍ଟମ କରିଥିବା ଡାକ୍ତର କହିଛନ୍ତି ।