ବୌଦ୍ଧ ଜିଲ୍ଲା ନାଟ୍ୟ ନିର୍ଦ୍ଦେଶକ ସଂଘର ବୈଠକ

0 129

ଜହ୍ନ।ପଙ୍କ : ବୌଦ୍ଧ ଜିଲ୍ଲା କରଡି ବାବା ଚମ୍ପେଶ୍ୱର ଶୈବ ପୀଠରେ ଜିଲ୍ଲା ନାଟ୍ୟ ନିର୍ଦ୍ଦେଶକ ସଂଘର ଏକ ବୈଠକ ବିଶିଷ୍ଟ ପାଲା ଗାୟକ ବାଞ୍ଛାନିଧି ନାୟକଙ୍କ ସଭାପତିତ୍ୱରେ ସୋମବାର ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ଦେଢ଼ ବର୍ଷ ହେଲା କରୋନା କଟକଣା ଯୋଗୁଁ ମଞ୍ଚ କଳାକାର,ନାଟକ ପରିବେଷଣ ହୋଇପାରୁନଥିବାରୁ ବୌଦ୍ଧ ଜିଲ୍ଲାର ବିଭିନ୍ନ ଗ୍ରାମରେ ଥିବା କଳାକାର ତଥା ନାଟ୍ୟ ନିର୍ଦ୍ଦେଶକଙ୍କ ପରିବାର ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ରାଜ୍ୟ ସରକାର ବିଭିନ୍ନ ବର୍ଗର ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେଉଥିବା ବେଳେ ନାଟ୍ୟ ନିର୍ଦ୍ଦେଶକ ଓ କଳାକାର ମାନଙ୍କୁ କିଛି ଆର୍ଥିକ ସହାୟତା ଘୋଷଣା କରିନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ। ନାଟ୍ୟ ନିର୍ଦ୍ଦେଶକଙ୍କୁ ସହାୟତା ଯୋଗାଇଦେବାକୁ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦେବାକୁ ବୈଠକରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସଭାପତି ଭାବେ ବସନ୍ତ ବୋଷ ଓ ସଂପାଦକ ଭାବେ ଜୟକୃଷ୍ଣ ବାରିକଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଗଲା।ଶେଷରେ କରଡି ଗଉନ୍ତିଆ ସୁଶାନ୍ତ ସାହୁ ଧନ୍ୟବାଦ ଦେଇଥିଲେ। ବୈଠକରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଂଚଳର ବହୁ କଳାକାର ଉପସ୍ଥିତ ଥିଲେ।

hiranchal ad1
Leave A Reply

Your email address will not be published.

five × 2 =