କଣ୍ଟାମାଳ,୧୩/୧୦- କଣ୍ଟାମାଳ ବ୍ଲକ ଲମ୍ବସରୀ ପଞ୍ଚାୟତ ବେହେରାପଡା ଗ୍ରାମରେ ଡୁମାଲ ସଂପ୍ରଦାୟର ଅଧିଷ୍ଠାତ୍ରୀ ଦେବୀ ମା ମାହେଶ୍ୱରୀଙ୍କ ବାର୍ଷିକ ଯାତ୍ରା ତଥା ମାହେଶ୍ୱରୀଙ୍କ ନବାନ୍ନ ଓ ବାଡିଧୂଆ ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଯାଇଛି । ପ୍ରତ୍ୟକ୍ଷ ଦେବୀଭାବେ ଅଂଚଳରେ ଖ୍ୟାତି ଲାଭ କରିଥିବା ମା ମାହେଶ୍ୱରୀଙ୍କ ସେବକମାନେ ମାଙ୍କ ନିକଟରେ ନବାନ୍ନ ଲାଗି କରିବା ସହ ବାଡିଧୂଆ କାର୍ଯ୍ୟକୁ ଯଥାରୀତି ନୀତିରେ ସମ୍ପାଦନ କରିଥିଲେ ।
ସରକାରଙ୍କ କୋଭିଡ ନିୟମାନୁଯାୟୀ ଏହି ଯାତ୍ରାର ସୁପରିଚାଳନା ପାଇଁ ଡୁମାଲ ସମାଜର ସଭାପତି, ସଂପାଦକ ସମେତ ବହୁ ଜାତି ଭାଇ ଓ ଭକ୍ତ ସହଯୋଗ କରିଥିଲେ ।