୪୭ ବର୍ଷରେ କଣ୍ଟାମାଳ ବସଷ୍ଟାଣ୍ଡ ଦୁର୍ଗାପୂଜା

0 129

କଣ୍ଟାମାଳ,୧୩/୧୦- ବୌଦ୍ଧ ଜିଲ୍ଲା କଣ୍ଟାମାଳ ସଦର ମହକୁମା ବସଷ୍ଟେଣ୍ଡଠାରେ ବେଶ ଆନନ୍ଦ ଉଲ୍ଲାଶ ମଧ୍ୟରେ ଆଜି ଠାରୁ ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହୋଇଛି । କଣ୍ଟାମାଳ ବସଷ୍ଟାଣ୍ଡ ଦୁର୍ଗାପୂଜା ଚଳିତବର୍ଷ ୪୭ ବର୍ଷରେ ପଦାର୍ପଣ କରିଥିବା ବେଳେ ଗତକାଲି ଘଟକଳସ ସ୍ଥାପନ ପରେ ମା ଙ୍କ ମୃଣ୍ମୟୀ ମୂର୍ତ୍ତୀରେ ବିଲ୍ୱବରଣ କରାଯାଇ ଚକ୍ଷୁଦାନ ସହ ସପ୍ତମୀ ପୂଜା ଆରମ୍ଭ କରାଯାଇଥିଲା । ରାଜ୍ୟ ସରକାରଙ୍କ କୋଭିଡ ନିୟମକୁ ସମ୍ମାନ ଜଣାଇ ଆବଶ୍ୟକ ବେରିକେଡ ସହ ସାମାଜିକ ଦୂରତ୍ୱ ରଖାଯାଇ ଭକ୍ତ ମାଙ୍କ ଦର୍ଶନ କରୁଥିବା ବେଳେ ପୂଜାକୁ ଆଖି ଆଗରେ ରଖି ପୋଲିସ ତରଫରୁ ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

hiranchal ad1
Leave A Reply

Your email address will not be published.

1 × 5 =