ବୌଦ୍ଧ,୧୭/୧୦- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ବାମଣ୍ଡାଠାରେ ଜିଲ୍ଲାସ୍ତରୀୟ ସହକାରୀ (ଏକ୍ସ କ୍ୟାଡର) ଓ ଗଣଶିକ୍ଷକ ସଂଘର ଜିଲ୍ଲାସ୍ତରୀୟ ଶିକ୍ଷକ ସମ୍ମିଳନୀ ଜିଲ୍ଲା ସଭାପତି ବିରେନ ଦାସିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ଡ. ଉଦୟନାଥ ମାଝୀ, ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧୃବଚରଣ ଘିବେଲା, ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବରାଜ ପ୍ରଧାନ ଓ ବିଜ୍ଞାନ ସୁପର ଭାଇଜର ଦେବେନ୍ଦ୍ର ଦେହୁରୀ ପ୍ରମୁଖ ଯୋଗ ଦେଇଥିଲେ । ସଂପାଦକ ସୁଧିର କୁମାର ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦ୍ୱାରା ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ୱାଗତ କରାଯାଇଥିଲା । ଉକ୍ତ ସମ୍ମିଳନୀରେ ଶିକ୍ଷକମାନେ ବିଭିନ୍ନ ସମସ୍ୟା ସମ୍ପର୍କରେ ମତ ରଖିଥିଲେ । ମୁଖ୍ୟ ଅତିଥି ଶ୍ରୀ ଅମାତ ସମାଜରେ ଶିକ୍ଷକ ମାନଙ୍କ ଭୁମିକା ଅତି ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ସମ୍ମାନିତ ଅତିଥି ଶ୍ରୀ ମାଝୀ ଶିକ୍ଷକ ମାନେ ଶୃଙ୍ଖଳିତ ଭାବେ କାର୍ଯ୍ୟ କରିବା ସହ ଶିକ୍ଷକ ମାନଙ୍କ ଯାହାକିଛି ସମସ୍ୟା ଜିଲ୍ଲାସ୍ତରରେ ସମାଧାନ ହେବ ବୋଲି ପ୍ରକାଶ କରିଥିଲେ । ଶେଷରେ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥିଗଣ ବୌଦ୍ଧ ଓ ହରଭଙ୍ଗା ବ୍ଲକର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପ୍ରାନ କିଟ୍ ପ୍ରଦାନ କରିଥିଲେ । ଶେଷରେ ଶିକ୍ଷକ ସୁରେନ୍ଦ୍ର କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।