ଫୁଲବାଣୀ,୧୮/୧୦ – କନ୍ଧମାଳ ଜ଼ିଲ୍ଲା ଖଜୁରୀପଡା ବ୍ଲକ ଅନ୍ତର୍ଗତ ସୁଦୁଲି ଖମାର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଛଟପଟ ହୋଇ ଜଣେ ରୋଗୀର ପ୍ରାଣ ଚାଲିଗଲା । ଫୋନ କଲ୍ ପାଇ ଆମ୍ବୁଲାନ୍ସ ଆସିଲା ସତ ହେଲେ ଗାଁକୁ ଯାଇ ପାରିଲାନି । କାଦୁଅରେ ଫସିଗଲା । ଫଳରେ ଛଟପଟ ହୋଇ ରୋଗୀର ପ୍ରାଣଗଲା । ଏହି ଗ୍ରାମରେ ମହେନ୍ଦ୍ରା ବଗର୍ତ୍ତୀ ନାମକ ଜଣେ ବ୍ୟକ୍ତି ଏକାକୀ ରହୁଥିଲେ । ଗତକାଲି ତାଙ୍କ ଅବସ୍ଥା ହଠାତ ଗୁରୁତର ହୋଇଗଲା । ଗ୍ରାମବାସୀ ୧୦୮ ଆମ୍ବୁଲାନ୍ସକୁ ଫୋନକଲେ ଆଉ ଆମ୍ବୁଲାନ୍ସ ବି ଆସିଗଲା ଠିକ ସମୟରେ । ହେଲେ ବର୍ଷା ଦାଉ ସାଧିଲା । ବର୍ଷା ଫଳରେ ଗାଁ ମୁଣ୍ଡରୁ ଆରମ୍ଭ ହୋଇଥିବା ମାଟି ରାସ୍ତା କାଦୁଅ ସରସର ହୋଇଗଲା ।ଆମ୍ବୁଲାନ୍ସ ଯାଇପାରିଲାନି । ଆଉ ଗୋଟିଏ ଗାଡିବି କାଦୁଅରେ ଫସିରହିଥିଲା । ଏଭଳି ଅବସ୍ଥାରେ ମହେନ୍ଦ୍ର ଘରେ ଛଟପଟ ହୋଇ ପ୍ରାଣ ତ୍ୟାଗ କରିଥିଲେ ବୋଲି କହିଛନ୍ତି ଗ୍ରାମବାସୀ । ଗ୍ରାମବାସୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ତୁରନ୍ତ ଗ୍ରାମକୁ ସ୍ଥାୟୀ ପକ୍କା ରାସ୍ତା ନିର୍ମାଣ କରିବାକୁ ଦାବୀ କରିଛନ୍ତି ।