ନବରଙ୍ଗପୁର,୨୦/୧୦- ଗତ ଆଠ ତାରିଖ ଦିନ କଳାହାଣ୍ଡି ଜିଲ୍ଲାର ମହାଲିଙ୍ଗ ଠାରେ ଥିବା ବେସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ମମିତା ମେହେରଙ୍କୁ ଶାରୀରିକ ଅତ୍ୟାଚାର ଧର୍ଷଣକରି ନିଆଁରେ ପୋଡ଼ି ପୋତି ଦିଆଯାଇଥିଲା । ପରିଚାଳନା ମୁଖ୍ୟ ଗୋବିନ୍ଦ ସାହୁଙ୍କ ପଛରେ ଥିବା ଗୃହରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ସନ୍ଦେହ ଘେରରେ ଆସୁଛି ଓଡ଼ିଶା ସରକାରଙ୍କ ନ୍ୟାୟିକ ବ୍ୟବସ୍ଥା ଦ୍ୱାରା ଗତ ଦିନରେ ଅନେକ ଦୋଷୀ ନିର୍ଦ୍ଦୋଷରେ ଖଲାସ ହେବାସହ ତଦନ୍ତ ବାଟବଣା ହୋଇଛି । ରାଜ୍ୟ ସରକାରଙ୍କ ନ୍ୟାୟିକ ତଦନ୍ତରେ ଓଡ଼ିଶାବାସୀଙ୍କ ଭରସା ନାହିଁ ଏଣୁ ଏହାର ସିବିଆଇ ତଦନ୍ତ କରାଯାଉ । ମନ୍ତ୍ରୀଙ୍କୁ ବହିଷ୍କାର ଓ ଗିରଫ କରାଯାଉ । ଏହି ଦାବି ନେଇ ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ କୁଶପୁତ୍ତଳିକା ଦାହ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଜେପି ଯୁବନେତା ଗୌରୀଶଙ୍କର ମାଝୀ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଚନ୍ଦ୍ରଭାନୁ ନାୟକ, ପ୍ରଭାରୀ କାହ୍ନୁ ଦାସ, ଜିଲ୍ଲା ଯୁବ ମୋର୍ଚ୍ଚା ଉପସଭାପତି ଅନନ୍ତ ପଣ୍ଡା, ନଗର ସଭାପତି ପିଣ୍ଟୁ ମିଶ୍ର ,ଓବିସି ମୋର୍ଚ୍ଚା ସଭାପତି ଦୈତାରୀ ମାଝୀ ,ନଗର ଯୁବ ମୋର୍ଚ୍ଚା ସଭାପତି ଭିକି ଜେନା, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଅରୁଣ ପୂଜାରୀ, ନଗର ମହିଳା ମୋର୍ଚ୍ଚା ସଭାପତି ବବିତା ସାହୁ, ରୀନା ତ୍ରିପାଠୀ, ଗୀତାଞ୍ଜଳି ମହାପାତ୍ର, ସୁକାନ୍ତି ବେହେରା, ଶୁଭମ ଚୌଧୁରୀ, ବିନୁ ସୁନା ଏବଂ ଅନେକ କାର୍ଯ୍ୟକର୍ତ୍ତା ଭାଇ ଓ ଭଉଣୀମାନେ ଉପସ୍ଥିତ ଥିଲେ ।