ପୁରୀ : ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ । ହିନ୍ଦୁ ଧର୍ମର ସବୁଠୁ ପୂଣ୍ୟ ମାସ । ଏଥିପାଇଁ ଚଳଚଞ୍ଚଳ ସାରା ଓଡିଶା । ଶ୍ରୀକ୍ଷେତ୍ରରେ ଜମିଛି ହବିଷ୍ୟାଳିଙ୍କ ଭିଡ । ସକାଳୁ ହବିଷ୍ୟାଳିମାନେ ତୀର୍ଥ ପୁଷ୍କରିଣୀରେ ସ୍ନାନ ପରେ ଚଉରା ମୂଳେ ମହା ସଂକଳ୍ପ କରିଛନ୍ତି । ଆଜିଠାରୁ ଏକ ମାସ ଧରି କାର୍ତ୍ତିକ ବ୍ରତ ପାଳନ ସହ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଧା ଦାମୋଦର ବେଶ ଦର୍ଶନ, କାର୍ତ୍ତିକ ମାହାତ୍ମ୍ୟ ଶ୍ରବଣ ସମେତ ମହାପ୍ରସାଦ ସେବନ କରି କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏହି ବ୍ରତ ପାଳନ କରିବେ ।
କାର୍ତ୍ତିକ ମାସ ଧର୍ମ ମାସ ହୋଇଥିବାରୁ ଏହି ମାସରେ ରାଧା ଦାମୋଦରଙ୍କୁ ପୂଜା କରାଯାଏ । ଶ୍ରୀମନ୍ଦିର ମହାପ୍ରଭୁଙ୍କ ରାଧା ଦାମୋଦର ବେଶ କାର୍ତ୍ତିକ ମାସରେ ଅନୁଷ୍ଠିତ ହୋଇଥାଏ । ସେହିପରି ମହାପ୍ରଭୁଙ୍କ ଠାରେ ସ୍ୱତନ୍ତ୍ର ବାଳ ଭୋଗ ଅନୁଷ୍ଠିତ ହୋଇଥାଏ । ଏହି ମାସରେ ନିଷ୍ଠାର ସହ ବ୍ରତ ପାଳନ ହୋଇଥାଏ । ବିଶ୍ୱାସ ରହିଛି ଏହି ମାସରେ ଧର୍ମ ସାଙ୍ଗକୁ କାର୍ତ୍ତିକ ମାହାତ୍ମ୍ୟ ଶ୍ରବଣ କଲେ କୋଟିଜନ୍ମର ପୁଣ୍ୟ ମିଳିଥାଏ ।
ଆଜିଠାରୁ କାର୍ତ୍ତିକ ବ୍ରତ ଆରମ୍ଭ ହୋଇ ଥିବାବେଳେ ହବିଷ୍ୟାଳିମାନେ ଗୁଆ ନଡ଼ିଆ ବସାଇ ଚଉରା ମୂଳେ ରଙ୍ଗ ବେରଙ୍ଗର ମୁରୁଜ ପକାଇ ପୂଜାର୍ଚ୍ଚନା କରନ୍ତି । ଧୁଆ ମୁଗ, ପାଚିଲା କଦଳୀ ଓ ସେଓ ଆଦି ଫଳମୂଳ ଭୋଗ ଲଗାଇ ରାଧା ଦାମୋଦରଙ୍କୁ ମାସ ସାରା ପୂଜା କରିବେ । ତେବେ କୋଭିଡ କଟକଣା ହେତୁ ଚଳିତ ବର୍ଷ ହାବିଷ୍ୟାଳିଙ୍କୁ ରଖିବା ନେଇ ସରକାରଙ୍କ ପକ୍ଷରୁ କୌଣସି ବ୍ୟବସ୍ଥା ହୋଇ ନାହିଁ । ସେହିପରି କୌଣସି ମଠ ମନ୍ଦିରରେ ହାବିଷ୍ୟାଳିଙ୍କୁ ନ ରଖିବା ନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷ
Sign in
Sign in
Recover your password.
A password will be e-mailed to you.
Next Post