ରଙ୍ଗିଆଗୁଡା ଚୋରୀ ଘଟଣାରେ ୪ ଚୋର ଓ ୨ କ୍ରେତାଙ୍କୁ ଗିରଫ, ପ୍ରେସ୍‌ମିଟ୍‌ରେ ସୂଚନା ଦେଲେ ଏସପି

0 136

ଦେବଗଡ,୨୬/୧୦- ଦେବଗଡ ଆଦର୍ଶଥାନା ଅନ୍ତର୍ଗତ ରଙ୍ଗିଆଗୁଡା ଅଞ୍ଚଳରୁ ହୋଇଥିବା ଚୋରୀ ଘଟଣା ରହସ୍ୟ ଉନ୍ମୋଚିତ ହୋଇଛି । ଚଳିତ ମାସ ୧୦ ତାରିଖ ଦିନ ରଙ୍ଗିଆଗୁଡା ଅଞ୍ଚଳରେ ରହୁଥିବା କିଶୋର ଚନ୍ଦ୍ର ନନ୍ଦ ଓ ତାଙ୍କ ସ୍ତ୍ରୀ ଶିକ୍ଷୟିତ୍ରୀ ଅନୁସୟା ଦ୍ୱିବେଦୀ କୌଣସି କାର୍ଯ୍ୟରେ ଘରେ ତାଲାପକାଇ ବାହାରକୁ ଯାଇଥିଲେ । ୧୨ ତାରିଖରେ ଉଭୟ ଘରକୁ ଫେରିଥିବା ବେଳେ ଘର ଓ ଆଲମୀରାର ତାଲା ଭଙ୍ଗାଯାଇଥିବା ଦେଖିବାକୁ ପାଇଥିଲେ । ଚୋରମାନେ ଆଲମୀରାର ତାଲା ଭାଙ୍ଗି ନଗଦ ଟଙ୍କା, ସୁନା ଓ ରୁପା ଅଳଙ୍କାର, ପୁରୁଣା ମୂର୍ତ୍ତି, ଶାଢୀ ଆଦି ପନ୍ଦର ଲକ୍ଷ ଟଙ୍କାର ସମ୍ପତ୍ତି ଚୋରୀକରି ନେଇଥିଲେ । ଏନେଇ ଶ୍ରୀ ନନ୍ଦ ଦେବଗଡ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏତଲା ଦାୟରକୁ ଭିତ୍ତିକରି ଦେବଗଡ ଏସଡିପିଓ ପ୍ରତ୍ୟୁଷ ମହାପାତ୍ରଙ୍କ ନେତୃତ୍ୱରେ ପୋଲିସ ଟିମ୍‌ ବିଭିନ୍ନ ସ୍ଥାନରେ ଚଢାଉ କରି ୪ ଜଣ ଚୋର ଓ ଚୋରୀ ଜିନିଷଗୁଡିକ କିଣିଥିବା ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରିଛନ୍ତ । ଚୋରୀ ସୁନା ଅଳଙ୍କାର କିଣି ତରଳାଇ ଦେଇଥିବା ଅଭିଯୋଗରେ ଦେବଗଡ ଜିଲ୍ଲା ପୋଲିସ ପକ୍ଷରୁ ସହରର ଜଣାଶୁଣା ଅଳଙ୍କାର ଦୋକାନ ଶିବାନୀ ଜ୍ୱେଲରୀର ମାଲିକ ମନମୋହନ ସାହୁଙ୍କୁ ଗିରଫ କରିଛି ।

hiring

ତାଙ୍କ ପାଖରୁ ୨୧୫ ଗ୍ରାମ ତରଳାଯାଇଥିବା ସୁନା ଜବତ କରାଯାଇଛି । ଏହି ଘଟଣାରେ ପୋଲିସ ପକ୍ଷରୁ ଚୋରୀ କରିଥିବା ରଙ୍ଗିଆଗୁଡା ଅଞ୍ଚଳର ସୁବାସ ବେହେରା, ଖପର ସାହିର ଅରବିନ୍ଦ ଭୁକ୍ତା, ହାତୀଶାଳ ସାହିର ଓମ୍‌ ପାତ୍ର, ପିଙ୍କୁ ପାତ୍ର ଓ ଚୋରୀ ଜିନିଷଗୁଡିକ କିଣିଥିବା ଅଭିଯୋଗରେ ଶିବାନୀ ଜ୍ୱେଲରୀ ମାଲିକ ମନମୋହନ ସାହୁ ଓ ରାକେଶ ମେହେରଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତିଙ୍କ ପାଖରୁ ଆଠଟି ମୋବାଇଲ ଓ ବିଭିନ୍ନ ମାରଣାସ୍ତ୍ର ଜବତ କରାଯାଇଛି । ପୋଲିସ ପକ୍ଷରୁ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

hiranchal ad1
Leave A Reply

Your email address will not be published.

14 − thirteen =