ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବହିଷ୍କାର ଦାବିରେ ପୁରୀରେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା

0 69

ପୁରୀ,୨୬/୧୦- ଶିକ୍ଷୟିତ୍ରୀ ମମିତା ମେହେରଙ୍କ ଜଘନ୍ୟ ହତ୍ୟାକାଣ୍ଡ ଘଟଣାରେ ସାରା ରାଜ୍ୟରେ ବିରୋଧୀଦଳ ପକ୍ଷରୁ ଆନ୍ଦୋଳନ, ଧାରଣା , ପ୍ରତିବାଦ ଚାଲିଚି । ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସଂପୃକ୍ତିି ଥିବା ଅଭିଯୋଗ ଆଣି ବିରୋଧି ଦଳମାନେ ତୁରନ୍ତ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ବହିଷ୍କାର କରନ୍ତୁ ବୋଲି ଦାବି କରୁଛନ୍ତି । ହେଲେ ସରକାର କୌଣସି ପଦକ୍ଷେପ ଏ ପର୍ଯ୍ୟନ୍ତ ନେଇ ନାହାନ୍ତି । ଏଣୁ ଏହାର ପ୍ରତିବାଦରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଆଜି ପୁରୀରେ ଶାନ୍ତି ପୂର୍ଣ୍ଣ ଶୋଭାଯାତ୍ରା କରାଯାଇଛି । ଶ୍ରୀମନ୍ଦିର ସିଂହ ଦ୍ୱାର ରେ ପ୍ରଥମେ ଦୀପ ଦାନ ପରେ ବଡ଼ ଦାଣ୍ଡ ଶୋଭାଯାତ୍ରା ବାହାରି ଗୁଣ୍ଡିଚା ମନ୍ଦିର ନିକଟରେ ଶେଷ ହୋଇଥିଲା । ବିଜେପି ର ମହିଳା ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଙ୍କ ସମେତ ବହୁ ନେତ୍ରୀ ଓ ମହିଳା କର୍ମୀ ଏହି ଶୋଭାଯାତ୍ରାରେ ସାମିଲ ହୋଇ ଥିଲେ । ସେହିପରି ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ , ବ୍ରହ୍ମ ଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ମଧ୍ୟ ଏହି ପ୍ରତିବାଦ ଶୋଭାଯାତ୍ରାରେ ସାମିଲ ହୋଇ ଥିଲେ । ବିଜେପିର ନେତାମାନେ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଥିଲେ । ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ କାର୍ଯ୍ୟକଳାପ ସନ୍ଦେହ ଜନକ ଥିଲେ ମଧ୍ୟ ସରକାର ଏ ନେଇ ତଦନ୍ତ କରିବା ପରିବର୍ତ୍ତେ ମନ୍ତ୍ରୀଙ୍କୁ ସୁରକ୍ଷାଦେବା ଦୁର୍ଭାଗ୍ୟଜନକ ବୋଲି ବିଜେପି କହିଛି । ରାଜ୍ୟରେ ବିଜେଡିର ନେତାମାନେ ହତ୍ୟା, ଦୁଷ୍କର୍ମ ଘଟଣାରେ ସମ୍ପୃକ୍ତ ଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ କୌଣସି କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଦୋଷୀଙ୍କୁ ଘଣ୍ଟ ଘଉଡାଇବା ଅତ୍ୟନ୍ତ ଲଜ୍ୟାଜନକ ବୋଲି ବିଜେପି କହିଛି । ସରକାର ତୁରନ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ନନେଲେ ବିଜେପି ଆଗାମୀ ଦିନରେ ଆହୁରି ଜୋରଦାର ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ।

hiranchal ad1
Leave A Reply

Your email address will not be published.

17 − 11 =