ଦଶପଲ୍ଲା : ୨୦୧୭ ମସିହାରୁ ଜଗତରନାଥ ଜଗନ୍ନାଥଙ୍କ ଆଦିପୀଠ, କଣ୍ଟିଲୋକୁ ଏନ୍ଏସିରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ପାଖରେ ପଡ଼ି ରହିଥିବା ଦରଖାସ୍ତକୁ କାର୍ଯ୍ୟକାରୀ କରିବାକୁ ରବିବାର ଗ୍ରାମସଭାରେ ସର୍ବସମ୍ମତି ପ୍ରସ୍ତାବ ଗୃହୀତ ହୋଇଛି । ଏସମ୍ବନ୍ଧରେ ମୁଖ୍ୟମନ୍ତ୍ରୀ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଓ ଖଣ୍ଡପଡ଼ା ବିଧାୟକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଗ୍ରାମସଭାକୁ ଆବାହାକ ତଥା ସରପଞ୍ଚ ପ୍ରତାପ ଚନ୍ଦ୍ର ସାହୁ ପରିଚାଳନା କରିଥିଲେ । ଗ୍ରାମର ଶତାଧିକ ବ୍ୟକ୍ତି ତଥା ବୁଦ୍ଧିଜୀବି ଓ ୱାର୍ଡମେମ୍ବର ଉପସ୍ଥିତ ରହିଥିଲେ । ଗ୍ରାମସଭାରେ କ୍ରିୟାନୁଷ୍ଠାନ କମିଟିର ସମ୍ପାଦକ ଶ୍ରୀପତି ମହାରଣା ପୂର୍ବ ବୈଠକର ବିବରଣୀ ପାଠ କରିବା ପରେ ଏହା ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା । ଏହାକୁ କାର୍ଯ୍ୟକରିବା ପାଇଁ ଏକ କ୍ରିୟାନୁଷ୍ଠାନ କମିଟି ସରପଞ୍ଚଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଛି । ଉକ୍ତ ଆଲୋଚନାରେ ପ୍ରଭାକର ଶିରୋମଣୀ, ଶରତ ଚନ୍ଦ୍ର ମହାରଣା, ଅଖୀଳ କୁମାର ମହାରଣା, ସୁରେନ୍ଦ୍ର ନାଥ ସାହୁ, ହରିହର ଦଳେଇ, ବୈକୁଣ୍ଠନାଥ ସାହୁ, ଦେବରାଜ ସେଠୀ, ଅଶୋକ କୁମାର ସାହୁ, ରାଜୀବ ମିଶ୍ର ଓ ଉଜ୍ଜ୍ୱଳ ମହାରଣା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।