ଭ୍ରମରବାଡ଼ିରେ ମୋବାଇଲ ଟାୱାର ପ୍ରତିଷ୍ଠା ଦାବି

0 126

ଦାରିଙ୍ଗବାଡ଼ି: ଦାରିଙ୍ଗବାଡ଼ି ବ୍ଳକ ଭ୍ରମରବାଡ଼ି ଗ୍ରାମ ପଞ୍ଚାୟତରେ ମୋବାଇଲ ଟାୱାର ପ୍ରତିଷ୍ଠା ଦାବୀ ନେଇ ଲିଖିତ ଅଭିଯୋଗ ଜିଲ୍ଲା ଦୁରସଂଚାର ବିଭାଗକୁ ପଠାଇବା ସହିତ ଦାରିଙ୍ଗବାଡ଼ି ବିଡିଓଙ୍କୁ ଭ୍ରମରବାଡ଼ି ଗ୍ରାମବାସୀ ପ୍ରଦାନ କରିଛନ୍ତି । ବ୍ଳକର ବିଭିନ୍ନ ଗ୍ରାମ ପଞ୍ଚାୟତ ଅଞ୍ଚଳରେ ବିଭିନ୍ନ ନେଟୱର୍କ ଟାୱାର ପ୍ରତିଷ୍ଠା କରାଯାଇଅଛି । ହେଲେ ୧୬ ଟି ୱାର୍ଡରେ ଅବସ୍ଥିତ ଭ୍ରମରବାଡ଼ି ଗ୍ରାମ ପଞ୍ଚାୟତରେ ଆଜି ଯାଏଁ କୌଣସି ନେଟୱର୍କ ଟାୱାର ପ୍ରତିଷ୍ଠା କରାଯାଇ ନାହିଁ । ଫଳରେ ପଞ୍ଚାୟତରେ ବସବାସ କରୁଥିବା ସାଧାରଣ ଜନତା ଦୈନିକ ଆବଶ୍ୟକତା ତଥା ଗ୍ୟାସ ବୁକିଙ୍ଗ, ଅନଲାଇନ ପାଠପଢା , ବିଭିନ୍ନ ସୂଚନା ପାଇବା, ଜରୁରୀକାଳୀନ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର ସାଧାରଣ ଜନତାଙ୍କୁ ଡିଜିଟାଲ ସେବା କଥା କହୁଥିଲା ବେଳେ ଏଠାରେ ଏହି ସମସ୍ତ ସେବା ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି । ଏଥିନେଇ ଜିଲ୍ଲା ଓ ବ୍ଳକ ପ୍ରଶାସନଙ୍କୁ ଅନେକ ଥର ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଅଞ୍ଚଳବାସି ସଫଳ ହୋଇନାହାନ୍ତି । ଏହି ପ୍ରୟାସ ଜାରି ରଖି ପ୍ରଶାସନ ସଫଳ ହେବାର ଆଶା ରଖି ବର୍ତ୍ତମାନ ମଧ୍ୟ ଲିଖିତ ଅଭିଯୋଗ କରିଥିବା ଦେଖିବାକୁ ମିଳିଛି । ଏଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଇ ଅନେକ ବର୍ଷ ସମସ୍ୟା ଦୂର କରିବା ପାଇଁ ସାଧାରଣରେ ଦାବୀ ହେଉଛି । ଦାବିପତ୍ର ଦେବା ସମୟରେ ଭ୍ରମରବାଡି ସମିତିସଭ୍ୟ ନିଳାମ୍ବର ପ୍ରଧାନ ସମେତ ଗ୍ରାମର ଏକାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

ten + 8 =