ନଭେମ୍ବର ପହିଲାରୁ ଶ୍ରୀମନ୍ଦିରକୁ ପଶ୍ଚିମ ଦ୍ୱାର ଦେଇ ପ୍ରବେଶ କରିପାରିବେ ପୁରୀବାସୀ

0 62

ପୁରୀ : ନଭେମ୍ବର ୧ ତାରିଖରୁ ପୁରୀ ସହରବାସୀ ଶ୍ରୀମନ୍ଦିରକୁ ପଶ୍ଚିମ ଦ୍ୱାର ଦେଇ ପ୍ରବେଶ କରିପାରିବେ । ଶ୍ରୀମନ୍ଦିର ପ୍ରଶାସନର ଏହି ନିଷ୍ପତି ନେଇଛି । ତେବେ ଏହି ନିଷ୍ପତକୁ ଶ୍ରୀଜଗନ୍ନାଥ ସେନା ନାପସନ୍ଦ କରିଛି । ଜଗନ୍ନାଥ ସେନା ଆବାହକ ପ୍ରିୟ ଦର୍ଶନ ପଟ୍ଟନାୟକ କହିଛନ୍ତି ଆମର ଦାବି ଥିଲା ପୂର୍ବ ଭଳି ଶ୍ରୀମନ୍ଦିରର ସମସ୍ତ ଦ୍ୱାର ପୁରୀ ସହର ବାସୀଙ୍କ ପାଇଁ ଖୋଲାଯାଉ । ଏହାଦ୍ୱାରା ପୁରୀ ସହରବାସୀ ନିଜ ଇଚ୍ଛା ଅନୁଯାୟୀ ଶ୍ରୀମନ୍ଦିରକୁ ପ୍ରବେଶ କରି ପାରିବେ । ସେହିପରି ପୁରାଣର ବର୍ଣ୍ଣନା ଅନୁଯାୟୀ ଶ୍ରୀମନ୍ଦିରର ଚାରି ଦ୍ୱାରରେ ପ୍ରବେଶ ନେଇ ଅନେକ ଆଧ୍ୟାତ୍ମିକ ଦିଗ ରହିଛି । ନିଜର ମନସ୍କାମନା ପୂର୍ଣ୍ଣ ପାଇଁ କିଏ କେଉଁ ଦ୍ୱାରରେ ପ୍ରବେଶ କରିବେ ସେ ନେଇ ଉଲ୍ଲେଖ ରହିଛି । ଏଣୁ ପ୍ରଶାସନ ଶ୍ରୀମନ୍ଦିରର ନିୟମ ଓ ଆଧ୍ୟାତ୍ମିକ ଦିଗ ନ ଜାଣି କେବଳ ପଶ୍ଚିମ ଦ୍ୱାର ଖୋଲିବା ପୁରୀ ସହର ବାସୀଙ୍କ ପାଇଁ ଠିକ ନୁହେଁ ବୋଲି ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟ ଦର୍ଶନ ପଟ୍ଟନାୟକ ମତ ଦେଇଛନ୍ତି । ତୁରନ୍ତ ପ୍ରଶାସନ ପୂର୍ବଭଳି ଶ୍ରୀମନ୍ଦିର ଚାରି ଦ୍ୱାର ପୁରୀ ସହରବାସୀଙ୍କ ପାଇଁ ଖୋଲିବାକୁ ଶ୍ରୀଜଗନ୍ନାଥ ସେନା ଦାବି କରିଛି ।

hiranchal ad1
Leave A Reply

Your email address will not be published.

11 − 7 =