ଚିଠିରେ ଉଦ୍ଧବଙ୍କୁ ଏମିତି କିଛି ଲେଖିଲେ ସମୀର ୱାଙ୍ଗଡ଼େଙ୍କ ପତ୍ନୀ

0 101

ମୁମ୍ବାଇ : ଡ୍ରଗ୍ସ କେଶକୁ ନେଇ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବି ଡ଼ାଇରେକ୍ଟର ସମୀର ୱାଙ୍ଗଡ଼େ ମହାରାଷ୍ଟ୍ର ସରକାରଙ୍କ ଟାର୍ଗେଟରେ ଅଛନ୍ତି । ଏହି ଭିତରେ ସମୀର ୱାଙ୍ଗଡ଼େଙ୍କ ପତ୍ନୀ କ୍ରାନ୍ତି ରେଡ଼କର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନିକଟକୁ ଏକ ଚିଠି ଲେଖିଛନ୍ତି । ଆଉ ଏହି ଚିଠିରେ ଲେଖାଯାଇଛିକି ଶିବସେନା ଶାସିତ ରାଜ୍ୟରେ ଜଣେ ମହିଳାଙ୍କ ଗାରିମାକୁ କ୍ଷୁର୍ଣ୍ଣ କରାଯାଇଛି । ମହିଳା ମାନଙ୍କ ଇଜ୍ଜତ ସହ ବାରମ୍ବାର ଖେଳା ଯାଇଛି । ସେମାନଙ୍କ ମାନସିକ ଅବସ୍ଥା ସହ ଖେଳାଯାଉଛି । ଆଜି ଯଦି ଵାଲା ସାହେବ ବଞ୍ଚିଥାନ୍ତେ ହୁଏତ ଏମିତି ପରିସ୍ଥିତି କେବେ ବି ଦେଖାଦେଇ ନଥାନ୍ତା । କ୍ରାନ୍ତି ନିଜର ଏହି ଚିଠିରେ ଲେଖିଛନ୍ତିକି, “ମାନନୀୟ ଉଦ୍ଧବ ଜି । ପିଲାଟି ବେଳରୁ ଜଣେ ସାଧାରଣ ବ୍ୟକ୍ତିର ହକ ପାଇଁ ଲଢେଇ କରୁଥିବା ଶିବସେନାକୁ ଦେଖି କି ହିଁ ମୁଁ ବଡ ହୋଇଛି । ବାଲ ଠାକରେ ଓ ଛତ୍ରପତି ଶିବାଜୀଙ୍କ ଠାରୁ କାହା ପ୍ରତି ଅନ୍ୟାୟ ନକରିବା ଓ ଅନ୍ୟାୟକୁ ନସହିବା ମୁଁ ଶିଖିଛି । କିନ୍ତୁ ଆଜି ପରିସ୍ଥିତି ବଦଳିଯାଇଛି । ଆଜି ମୋତେ ମୋ ବିରୋଧି ମାନଙ୍କ ବିରୋଧରେ ନିଜକୁ ଲଢ଼ିବାକୁ ପଡୁଛି । ସେ ଆହୁରି ମଧ୍ୟ ଲେଖିଛନ୍ତିକି ସୋସିଆଲ ମିଡିଆରେ ଲୋକେ ଆମ ମାନଙ୍କର ମନଇଚ୍ଛା ମଜା ଉଡାଉଛନ୍ତି ।

hiring

ମୁଁ ଜଣେ କଳାକାର, ପଲିଟିକ୍ସ କଣ ଜାଣେ ନାହିଁ । ମୁଁ ଏହା ଭିତରେ ପଶିବାକୁ ବି ଚାହୁଁନାହିଁ । ପ୍ରତିଦିନ ସକାଳେ କୌଣସି ସମ୍ପର୍କ ନଥାଇ ମଧ୍ୟ ଲୋକେ ଆମକୁ ସମ୍ମାନ ଦିଅନ୍ତି । ମେସେଜ ମାଧ୍ୟମରେ ଆମକୁ ଶୁଭେଚ୍ଛା ଜଣାନ୍ତି । କିନ୍ତୁ ଆଜି ପରିସ୍ଥିତି ବଦଳି ଯାଇଛି । ଶିବସେନା ଶାସିତ ରାଜ୍ୟରେ ସ୍ତ୍ରୀ ଲୋକ ମାନଙ୍କ ଇଜ୍ଜତ ସହିତ ଖେଳାଯାଉଛି । କିନ୍ତୁ ହୁଏତ ବାଲ ସାହେବଙ୍କ ଉପସ୍ଥିତିରେ ଏମିତି ଘଟଣା କେବେ ବି ଘଟିନଥାନ୍ତା । ହୁଏତ ସେ ଏହାକୁ କେବେବି ଗ୍ରହଣ କରିନଥାନ୍ତେ । ଆପଣ ତାଙ୍କର ଛାୟା ଭାବରେ ବର୍ତ୍ତମାନ ସମୟରେ ଶାସନ କରୁଛନ୍ତି । ଏମିତି କରିବା ଆପଣଙ୍କୁ ଶୋଭା ଦେଉନାହିଁ । ଆପଣ ଆମକୁ ଶାସନ କରୁଛନ୍ତି । ଆଉ ମୋର ପୁରା ବିଶ୍ୱାସ ଅଛି ଆପଣ ମୋ ପ୍ରତି ଆଉ ଅନ୍ୟାୟ ହେବାକୁ ଦେବେ ନାହିଁ । ମୁଁ ଅତ୍ୟନ୍ତ ବିଶ୍ୱାସ ଓ ଭରସାର ସହିତ ଅପେକ୍ଷା କରିଛିଯେ ଆପଣ ନିଶ୍ଚିତ ରୂପେ ମୋ ପ୍ରତି ନ୍ୟାୟ କରିବେ । ରହିଲି ଧନ୍ୟବାଦ ।”

ନିଜ ହାତ ଲେଖା ଚିଠିରେ କ୍ରାନ୍ତି ଏହା ମଧ୍ୟ ଲେଖିଛନ୍ତିକି ତାଙ୍କ ଉପରେ କିମ୍ବା ତାଙ୍କ ପରିବାର ଉପରେ ଏମିତି ଆକ୍ରମଣ କରିବା ନିଶ୍ଚିତ ରୂପେ ଖୁବ ତଳ ସ୍ତରର ରାଜନୀତି । ଏମିତି ଘଟଣା ଆଉ ନଘଟିବା ହିଁ ଆମ ସମସ୍ତଙ୍କ ପାଇଁ ଭଲ ହେବ ।

hiranchal ad1
Leave A Reply

Your email address will not be published.

fifteen − 3 =