ଗଜପତି,୨୮/୧୦- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ନିକଟରେ ଥିବା ରାଣୀପେଣ୍ଠ । ଏସ ପି କାର୍ଯ୍ୟାଳୟକୁ ଆଜି ଗଜପତି ଜିଲ୍ଲା ବିଜେପି ଯୁବମୋର୍ଚ୍ଚାର ସଭାପତି ସନ୍ତୋଷ ଜେନାଙ୍କ ନେତୃତ୍ୱରେ ପ୍ରତିବାଦ ଓ ଘେରାଉ କରାଯାଇଛି । ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟାରେ ସଂପୃକ୍ତ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତୁରନ୍ତ ବହିଷ୍କାର, ଗିରଫ ଓ ସିବି ଆଇ ତଦନ୍ତ ଦାବୀରେ ଅଭିଯୋଗ କରି ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳୟ ଘେରାଉ ଓ ପ୍ରତିବାଦ କରିଥିବାର ଦେଖିବାକୁ ମିଳିଛି । ଏହି ପ୍ରତିବାଦ ସଭାରେ ବିଜେପି ଜିଲ୍ଲା ସଭାପତି ତଥା ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ, କାଶୀ ନଗର ବ୍ଳକ ଅଧ୍ୟକ୍ଷ ସି ଏକ ସୀମାଦ୍ରୀ, ବିଜେପି ଉପ ସଭାପତି ଜଗନ୍ନାଥ ମହାପାତ୍ର, କୃଷକ ମୋର୍ଚ୍ଚା ସଭାପତି ପ୍ରଶାନ୍ତ କୁମାର ପାଳ, ବିଜେପି ଜିଲ୍ଲା ସମ୍ପାଦିକା କେ. ପୂଣ୍ୟବତୀ, ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ନୃସିଂହ ଚରଣ ପଟ୍ଟନାୟକ, କେ.ଯୁବ ରାଜ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ । ପି. ଲତାଙ୍କ ସହ ବହୁ ବିଜେପି ନେତା ଓ କର୍ମୀ ଉପସ୍ଥିତ ରହି ବିକ୍ଷୋଭ ଓ ପ୍ରତିବାଦ କରିବାସହ ଗୃହମନ୍ତ୍ରୀ ଦିବ୍ୟଶଙ୍କରଙ୍କ କୁଶ ପୁତ୍ତଳିକା ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦାହ କରିଥିଲେ ।