ଦୁବାଇ : ୟୁରୋ କପ -୨୦୨୦ ଅବସରରେ ଏକ ସାମ୍ବାଦିକ ସମ୍ମିଳନୀରେ କ୍ରିଷ୍ଟିଆନୋ ରୋନାଲ୍ଡୋ ତାଙ୍କ ସମ୍ମୁଖରେ ରଖାଯାଇଥିବା କୋକାକୋଲାର ବୋତଲଗୁଡ଼ିକୁ ହଟାଇ ଦେଇଥିଲେ । ଏହାଦ୍ୱାରା କୋକାକୋଲା କଂପାନୀ କୋଟିକୋଟି ଟଙ୍କା କ୍ଷତି ସହିଥିଲା । ଗତକାଲି ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ ପରେ ସାମ୍ବାଦିକ ସମ୍ମିଳନୀରେ ଅଷ୍ଟ୍ରେଲୀୟ ଓପନର୍ ଡେଭିଡ୍ ୱାର୍ଣ୍ଣର ରୋନାଲ୍ଡୋ ହେବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରି ନଥିଲେ ।
ଡେଭିଡ ୱାର୍ଣ୍ଣରଙ୍କ ସାମ୍ନାରେ ଦୁଇଟି କୋକାକୋଲା ବୋତଲ ରଖାଯାଇଥିଲା । ସେ ଉଭୟ ବୋତଲ ଉଠାଇ ସେଠାରୁ ହଟାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ତାଙ୍କ ସାମ୍ନାରେ ବସିଥିବା ଜଣେ ଆଇସିସି ଅଧିକାରୀ ତାଙ୍କୁ ତାହା କରିବାକୁ ଦେଇ ନଥିଲେ । ଏହି ସମୟରେ ୱାର୍ଣ୍ଣର କହିଛନ୍ତି, ମୋତେ ଏହା ଏଠାରେ ରଖିବାକୁ ପଡ଼ିବ । ଯଦି ରୋନାଲଡୋଙ୍କ ପାଇଁ ଏହା ଠିକ, ତେବେ ଏହା ମଧ୍ୟ ମୋ ପାଇଁ ଠିକ୍ ବୋଲି ସେ କହିଥିଲେ ।
ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ ପୂର୍ବରୁ ଡେଭିଡ ୱାର୍ନରଙ୍କ ଫର୍ମକୁ ନେଇ ନାନା ଚର୍ଚ୍ଚା ହେଉଥିଲା । ଆଇପିଏଲ୍ ପର୍ଯ୍ୟାୟ-୨ ଏବଂ ୱାର୍ମ ଅପ୍ ମ୍ୟାଚ୍ ବ୍ୟତୀତ ତାଙ୍କ ବ୍ୟାଟ୍ରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମଧ୍ୟ ରନ ବାହାରିନଥିଲା । କିନ୍ତୁ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ସେ ୬୫ ରନ୍ର ଚମତ୍କାର ଇନିଂସ ଖେଳିଥିଲେ, ଏହି ଷ୍ଟାର ଖେଳାଳି ଫର୍ମକୁ ଫେରିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Prev Post