ବ୍ଲକସ୍ତରୀୟ ମେଗା ସମନ୍ୱୟ ଓ ଋଣ ସଂଯୋଗୀକରଣ ମେଳା, ୪୦୨ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯ କୋଟି ୪୦ ଲକ୍ଷ ଟଙ୍କା ଋଣ

0 185

ବୌଦ୍ଧ,୨୯/୧୦- ଆଜି ସ୍ଥାନୀୟ ଟାଉନହଲ ଠାରେ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ପାଇଁ ବ୍ଲକ ସ୍ତରୀୟ ସମନ୍ୱୟ ମେଳା ତଥା ଋଣ ସଂଯୋଗୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଲଲାଟେନ୍ଦୁ ମିଶ୍ର ସଭାପତିତ୍ୱ କରିଥିଲେ । ଏହି ମେଳାରେ ମୋଟ ୪୦୨ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯ କୋଟି ୪୦ ଲକ୍ଷ ଟଙ୍କାର ଋଣ ମଞ୍ଜୁରୀ ପତ୍ର ପ୍ରଦାନ କରାଯାଇଥିଲା । ବିଭିନ୍ନ ବ୍ୟାଙ୍କ ଦ୍ୱାରା ଉଦ୍ୟୋଗ ମାନଙ୍କୁ ୫ କୋଟି ୭୦ ଲକ୍ଷ ଋଣ ପ୍ରଦାନ କରାଯାଇଥିଲା । ଜିଲ୍ଲା ଗ୍ରାମୀଣ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦ୍ଦେଶିକା ଶ୍ରୀମତୀ ବବିତାରାଣୀ ଦଳବେହେରା, ମୁଖ୍ୟ ବ୍ୟାଙ୍କ ପରିଚାଳକ ଶ୍ରୀ ରବୀନ୍ଦ୍ର ସେଠି, ମିଶନ ଶକ୍ତି ର ଡିପିସି ଦେବଦତ୍ତ ମିଶ୍ର, ଓଡିଶା ଆଜୀବିକା ମିଶନର ଶ୍ରୀ ଫ୍ରାନସିସ ବାର୍ଲା, ନାବାର୍ଡ ବ୍ୟାଙ୍କର ଏଜିଏମ ଶ୍ରୀ ତାପସ ରାଉତ, ବୌଦ୍ଧ ସମବାୟ ବ୍ୟାଙ୍କର ଅଧ୍ୟକ୍ଷ ଶ୍ରୀ ନିରଞ୍ଜନ ପଟ୍ଟନାୟକ ତଥା ୧୬ ଟି ବ୍ୟାଙ୍କରୁ ବିଭିନ୍ନ କର୍ମକର୍ତ୍ତା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ଏବଂ ୫୦୦ ରୁ ଅଧିକ ଏସଏଚଜି ସଦସ୍ୟା ମା ମାନେ ଉପସ୍ଥିତ ଥିଲେ ।

hiring

ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ସମସ୍ତ ମହିଳା ମାନଙ୍କୁ ବାଲ୍ୟ ବିବାହ ନିରାକରଣ ଓ ପ୍ରାକୃତିକ ବିପର୍ଯ୍ୟୟରୁ ସୁରକ୍ଷା ବାବଦରେ ଶପଥ ପାଠ କରାଯାଇଥିଲା । ଶେଷରେ ଡିପିସି ମିଶନ ଶକ୍ତି, ଶ୍ରୀ ଦେବଦତ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । .

hiranchal ad1
Leave A Reply

Your email address will not be published.

five × 5 =