କଣ୍ଟାବାଞ୍ଜି : ଓଡିଶା ରାଜ୍ୟ ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମଣ୍ଡାଳି (ଅଜ୍ଜୁ ଭାଇ )ଙ୍କ ଆହ୍ୱାନ କ୍ରମେ ଆୟୋଜିତ ପଦଯାତ୍ରାରେ କଣ୍ଟାବଞ୍ଜି ଡ୍ରାଇଭର ମହାସଙ୍ଘ ଯୋଗ ଦେଇଥିଲା । ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରୁ ଆରମ୍ଭ ହୋଇଥିବା ପଦଯାତ୍ରାରେ ଯୋଗଦେଇ ନବୀନ ନିବାସ ଘେରି ଥିଲେ ଡ୍ରାଇଭର ମହାସଙ୍ଘ । ପ୍ରକାଶଯେ ଧୀର୍ଘ ସମୟ ଧରି ଡ୍ରାଇଭର ସୁରକ୍ଷା ଆଇନ ଦାବିକୁ ନେଇ ପଦଯାତ୍ର ଆୟୋଜନ କରାଯାଇଥିଲା । ଏହି ପଦ ଯାତ୍ରା ସମୟରେ ସେମାନେ ଡ୍ରାଇଭର ସୁରକ୍ଷା ଆଇନ ଆଣିବା, ଦୁର୍ଘଟଣା ସମୟରେ ଜନ ଆକ୍ରୋଶ ସମ୍ମୁଖୀନ ପାଇଁ ବିଶେଷ କାନୁନ, ପ୍ରତ୍ୟେକ ୧୦୦ କିମିରେ ପାର୍କିଙ୍ଗ ଓ ବିଶ୍ରାମଗାର ବ୍ୟବସ୍ଥା, ୫୫ ବର୍ଷରୁ ଉର୍ଦ୍ଧ୍ୱକୁ ପେନସନ, ଦୁର୍ଘଟଣାରେ ପ୍ରାଣ ହରାଇଥିବା ଚାଳକଙ୍କ ପରିବାରକୁ ୨୦ଲକ୍ଷ ସହାୟତା ରାଶି ପ୍ରଦାନ କରିବା, ଚିକିତ୍ସା ପାଇଁ ୫ ଲକ୍ଷ ଟଙ୍କା ଆଦି ଦାବି କରିଥିଲେ । ଏହି ପଦଯାତ୍ରାରେ ଜିଲ୍ଲା ଡ୍ରାଇଭର ସଙ୍ଘ ସଭାପତି ଅଚ୍ୟୁତ ସେଠ ସହ ପ୍ରେମନାଥ ନିହାଲ, ଦେବରାଜ ୟାଦବ, ଶମ୍ଭୁ ତାଣ୍ଡି, କାର୍ତ୍ତିକ ବଂଛୋର, ନନ୍ଦଲାଲ କୁମ୍ଭାର, ଗୁଣ ରଣା, ଦିନେଶ ମହାକୁର, ସାଧୁ ବେହେରା ପ୍ରମୁଖ ସାମିଲ ହୋଇଥିଲେ ।