ମହିଳା ବିଜୁ ଜନତା ଦଳ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା

0 165

ଫୁଲବାଣୀ:ରନ୍ଧନ ଗ୍ୟାସ ଖାଇବା ତେଲ ପେଟ୍ରୋଲ, ଡିଜେଲ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ର୍ନିେଦ୍ଦଶ କ୍ରମେ ଆଜି କନ୍ଧମାଳ ମହିଳା ବିଜୁ ଜନତା ଦଳ ତରଫରୁ ଜିଲ୍ଲାପଲଙ୍କ କାର୍ଯ୍ୟାଳୟ ସମ୍ମୁଖରେ କନ୍ଧମାଳ ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ଶ୍ରୀମତୀ ପୁନମ କହଁରଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭା ଆୟୋଜନ କରାଯାଇଥିଲା । ପରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁଙ୍କୁ ରାଷ୍ଟ୍ରପତି ମୋହଦୟଙ୍କ ନିକଟକୁ ପଠାଇବା ପାଇଁ ହସ୍ତାନ୍ତର କରାଯାଇଥିଲା । ଉକ୍ତ ସଭାରେ ଜିଲ୍ଲା ସଭାପତି ସରୋଜ କର୍ଣ୍ଣ ରାଜ୍ୟ ସଂଖ୍ୟାଲଘୁ ସେଲର ସାଧାରଣ ସମ୍ପାଦକ ମହମ୍ମଦ ୟାସିନ ବେଗ, ଛାତ୍ର ବିଜେଡି ଜିଲ୍ଲା ସଭାପତି ସୁନୀଲ ସେଠି ଜିଲ୍ଲା ସମ୍ପାଦକ କମଳ ବେହେରା ଏସସି ସେଲର ଜିଲ୍ଲା ସଭାପତି ପଙ୍କଜ ବେହେରା, ଖଜୁରୀପଡା ଜିଲ୍ଲା ପରିଷଦ ସଦସ୍ୟା ଜୁଲିଲତା ଲେଙ୍କା, ଖଜୁରୀପଡା ବ୍ଲକ ଅଧକ୍ଷ ବୀରେନ୍ଦ୍ର କହଁର, ମହିଳା ଜିଲ୍ଲା ଉପ ସଭାନେତ୍ରୀ ନମିତା ବେହେରା ଏବଂ ବହୁ ସଂଖ୍ୟରେ ବିଭିନ୍ନ ବ୍ଲକରୁ ଆସିଥିବା ମହିଳା ନେତ୍ରୀ ମାନେ ଏବଂ ନଗର ମହିଳା ସଭାନେତ୍ରୀ ଓ କନ୍ଧମାଳ ବିଜୁ ଜନତା ଦଳର କର୍ମକର୍ତ୍ତା ଏହି ପ୍ରତିବାଦ ସଭାରେ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

sixteen + four =