ଭିଜିଲାନ୍ସ ଜାଲରେ ନିମାପଡା ତହସିଲଦାର

0 186

ପୁରୀ : ପୁରୀ ଜିଲ୍ଲା ନିମାପଡା ତହସିଲଦାର ରାମ ଚନ୍ଦ୍ର ଜେନା ଭିଜିଲାନ୍ସ ଜାଲରେ ପଡିଛନ୍ତି । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ତାଙ୍କ ନିମାପଡା କାର୍ଯ୍ୟାଳୟ ନିକଟ ବାସଭବନରେ ଉପରେ ଆଜି ଚଢ଼ାଉ କରିଥିଲା । ଏହି ସମୟରେ ତହସିଲଦାର ରାମ ଚନ୍ଦ୍ର ଜେନାଙ୍କ ଠାରୁ ୪ଲକ୍ଷ ୬୫ ହଜାର ଟଙ୍କା ନଗଦ ଟଙ୍କା ଜବତ କରିଥିବା ବେଳେ ଏହାର ପ୍ରକୃତ ହିସାବ ସେ ଭିଜିଲାନ୍ସ ଟିମକୁ ଦେଇ ପାରି ନାହାନ୍ତି । ପରେ ତାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ତଲାସୀ କରାଯାଇ ୫୦ ହଜାର ଟଙ୍କା ଜବତ କରାଯାଇଛି । ସେହିପରି କଟକ ସିଡିଏରେ ଥିବା ତାଙ୍କ ବାସଭବନ, କେନ୍ଦ୍ରାପଡା ଗରଦପୁରର ଧାନମଣ୍ଡଳରେ ଥିବା ତାଙ୍କ ପୈତୃକ ଗୃହରେ ମଧ୍ୟ ଭିଜିଲାନ୍ସ ଟିମ ଚଢାଉ କରି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ କରାଯାଇଛି ।

hiranchal ad1
Leave A Reply

Your email address will not be published.

fourteen + thirteen =