ବୌଦ୍ଧ,୨ା୧୧ : ଆଜି ଅପରାହ୍ନରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରତିନିଧି ଦଳ ଜିଲ୍ଲାର ଐତିହାସିକ ସଂଗ୍ରହାଳୟ ବୁଲି ଦେଖିଥିଲେ । ସଂଗ୍ରହାଳୟ ମଧ୍ୟରେ ସଂରକ୍ଷିତ ହୋଇ ରହିଥିବା ବୌଦ୍ଧଜିଲ୍ଲାର ପୁରାତନ କିର୍ତ୍ତିରାଜି , ସଂସ୍କୃତି, ପରମ୍ପରାର ପ୍ରତୀକ ସହିତ ରାଜାଙ୍କ ଶାସନ ସମୟରେ ବ୍ୟବହୃତ ସାମଗ୍ରୀ ସବୁ ଦେଖି ପ୍ରତିନିଧି ଦଳ ଅଭିଭୂତ ହୋଇଥିଲେ ଏବଂ ଜିଲ୍ଲା ପ୍ରଶାସନର ଉଦ୍ୟମକୁ ପ୍ରଶଂସା କରିଥିଲେ । ଏହି ପ୍ରତିନିଧି ଦଳର ମୁଖ୍ୟ ମିଶ୍ ପେଡେନଙ୍କ ସହିତ ଡା. ବିଶ୍ୱପ୍ରକାଶ ଦତ୍ତ,ଡା. ଶ୍ୟାମବନ୍ଧୁ ରଥ, ଡା. ମଦନ ପ୍ରଧାନ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂଙ୍କ ସହିତ ସଂଗ୍ରହାଳୟ ବୁଲିଥିଲେ ।