ଦରମା ବୃଦ୍ଧି ଦାବି ନେଇ ସୋନପୁର ଜିଲ୍ଲା କନିଷ୍ଠ ଶିକ୍ଷକ ସଂଘର ଦାବିପତ୍ର

0 127

ସୋନପୁର,୨/୧୧- ସୋନପୁର ଜିଲ୍ଲା ଶିକ୍ଷକ ସଂଘ ତରଫରୁ ଜିଲ୍ଲାପାଳ, ଡିଇଓ ଏବଂ ଡିପିସିଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ ୨୦୧୬ ମସିହାରୁ ଆଜିପର୍ଯ୍ୟନ୍ତ ଶିକ୍ଷକ ମାନଙ୍କ ଦରମା ବୃଦ୍ଧି ନିମନ୍ତେ ଦାବି କରିଥିଲେହେଁ ସେମାନଙ୍କ ଦରମାରେ ଟଙ୍କାଟିଏ ମଧ୍ୟ ବୃଦ୍ଧି ହୋଇନାହିଁ । ଗତ ୧୧/୧୦/୨୧ କ୍ୟାବିନେଟ୍‌ ବୈଠକରେ ସରକାର ଚୁକ୍ତି ଭିତ୍ତିକ କର୍ମଚାରୀ ମାନଙ୍କ ଦରମା ବୃଦ୍ଧିକରି ମାଧ୍ୟମିକ ଶିକ୍ଷକ ମାନଙ୍କ ଦରମା ମଧ୍ୟ ବୃଦ୍ଧି କରି ଥିଲେ ହେଁ ପ୍ରାଥମିକ କନିଷ୍ଠ ଶିକ୍ଷକଙ୍କ ଦରମା ବୃଦ୍ଧି କରି ନାହାନ୍ତି । ତେଣୁ କନିଷ୍ଠ ଶିକ୍ଷକ ମାନଙ୍କୁ ମଧ୍ୟ ଏହି ନିଷ୍ପତ୍ତି ଅନୁଯାୟୀ କନିଷ୍ଠ ଶିକ୍ଷକ ଙ୍କ ଦରମା ମଧ୍ୟ ସର୍ବନିମ୍ନ ୧୬୦୦୦ ଟଙ୍କା କରିବାକୁ ସଂଘ ଦାବି ରଖିଛି । ଏହା ସତ୍ୱେ ବି ସରକାର କନିଷ୍ଠ ଶିକ୍ଷକ ଙ୍କ ଦରମା ବୃଦ୍ଧି ନକଲେ ସଂଘ ଆସନ୍ତା ଦିନ ମାନଙ୍କରେ ରାଜରାସ୍ତାକୁ ଓହ୍ଲାଇବାକୁ ମଧ୍ୟ ପଛେଇବ ନାହିଁ ବୋଲି ସଂଘ ର ସଭାପତି ଶ୍ରୀ ଭାଗ୍ୟବାନ ଝାଙ୍କର କହିଛନ୍ତି । ରାଜ୍ୟ ତଥା ଦେଶ ରେ ଦରଦାମ ହୁ ହୁ ହୋଇ ବଢ଼ୁ ଥିବା ବେଳେ କନିଷ୍ଠ ଶିକ୍ଷକ ମାନେ ୬୫୧୨ ଯାହା କି ଜଣେ ଅଣକୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ଠାରୁ ମଧ୍ୟ କମ୍‌ । ଏଥିରେ ତାଙ୍କ ପରିବାର ପ୍ରତିପୋଷଣ କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ସଂଘ ଅସନ୍ତୋଷ ପ୍ରକାଶ କରିଛି ।

hiranchal ad1
Leave A Reply

Your email address will not be published.

12 + 9 =