ଦାରିଙ୍ଗବାଡିରେ ମମିତା ନିଆଁ : ଘଟଣାର ସିବିଆଇ ତଦନ୍ତ ଓ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି

0 201

ଦାରିଙ୍ଗବାଡି:କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାର ସିବିଆଇ ତଦନ୍ତ ସହିତ ଘଟଣାରେ ସମ୍ପୃକ୍ତି ଥିବା ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ସହିତ ଗିରଫ ଏବଂ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବି ନେଇ ଦାରିଙ୍ଗବାଡ଼ି ଆଞ୍ଚଳିକ ମହିଳା ସଂଘ ତରଫରୁ ଆଜି ଦାରିଙ୍ଗବାଡିଠାରେ ଆଜି ଆଞ୍ଚଳିକ ମହିଳା ମହାସଂଘ ତରଫରୁ ଏକ ବିଶାଳ ରାଲି ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ରାଳିରେ ବ୍ଲକର ଶତାଧିକ ମହିଳାଙ୍କ ସମେତ କଲେଜଛାତ୍ରୀମାନେ କଲେଜ ପଡ଼ିଆଠାରୁ ରାଳିରେ ବାହାରି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ସହିତ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ସହିତ ଘଟଣାର ସିବିଆଇ ତଦନ୍ତ କରିବା ପାଇଁ ଦାବି ନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିବା ସହିତ ଦାରିଙ୍ଗବାଡି ଚାରି ଛକଠାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଫୋଟକୁ ଜୋତାରେ ପିଟିବା ସହିତ ଦିବ୍ୟଶଙ୍କରଙ୍କର କୁଶ ପୁତଳିକା ଦାହ କରିଥିଲେ । ଏହାପରେ ଦାରିଙ୍ଗବାଡି ଥାନା ଓ ବ୍ଲକରେ ଆନ୍ଦୋଳନକାରୀ ମହିଳାମାନେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଥିଲେ । ଆଜି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଦାରିଙ୍ଗବାଡି ରାଶିପଦା ପଡ଼ିଆଠାରୁ ବାହାରି ତିନିଛକ ଯାଏଁ ମନ୍ତ୍ରୀଙ୍କ ବିରୁଦ୍ଧରେ ସ୍ଲୋଗାନ ଦେଇ ବଜାର ପରିକ୍ରମା କରିଥିଲେ । କାର୍ଯ୍ୟକ୍ରମରେ ଆଞ୍ଚଳିକ ମହିଳା ସଙ୍ଘ ସଦସ୍ୟ ମାନେ ସାମିଲ ହୋଇଥିଲେ । ସୁରକ୍ଷା ବ୍ୟବସ୍ଥାକୁ ନେଇ ଦାରିଙ୍ଗବାଡି ଥାନା ଅଧିକାରୀ କୌଶିକ ମାଝୀଙ୍କ ତତ୍ତ୍ୱବଧାନ ରେ ସବ-ଇନ୍ସପେକ୍ଟର ଶ୍ରୀନିବାସ ରାଓ ସୌମ୍ୟ ରଞ୍ଜନ ଜେନା ସୌମ୍ୟକାନ୍ତ ପଣ୍ଡାଙ୍କ ସହିତ ପୁଲିସ ଫୋର୍ସ ମୁତୟନ ରହି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଥିଲେ ।

hiranchal ad1
Leave A Reply

Your email address will not be published.

12 + seventeen =