ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ, ପ୍ରଧାନମନ୍ତ୍ରୀ ମୋଦି ସମ୍ବର୍ଦ୍ଧିତ

0 58

ନୂଆଦିଲ୍ଲୀ : ନୂଆଦିଲ୍ଲୀ ମ୍ୟୁନିସିପାଲିଟି ପରିଷଦ (ଏନଡିଏମସି) ର ସମ୍ମିଳନୀ କକ୍ଷରେ ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଯାଇଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ରାଜନାଥ ସିଂ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ ସାମିଲ ହୋଇଛନ୍ତି । ଏଥି ସହିତ ଦଳର ବରିଷ୍ଠ ନେତା ଏଲ.କେ ଆଡଭାନି ଏବଂ ମୁରଲି ମନୋହର ଯୋଶୀ ପ୍ରମୁଖ ଭର୍ଚୁଆଲ ମୋଡରେ ଯୋଗ ଦେଇଛନ୍ତି । ଦେଶରେ ୧୦୦ କୋଟି ଟିକାକରଣ ଲକ୍ଷ୍ୟ ହାସଲ କରିଥିବାରୁ ଦଳର ପୂର୍ବତନ ଜାତୀୟ ସଭାପତି ଅମିତ ଶାହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମ୍ମାନିତ କରିଛନ୍ତି ।
ଲୋକସଭା ଏବଂ ବିଧାନସଭା ଉପ-ନିର୍ବାଚନରେ ବିଫଳତା ପରେ ଆସନ୍ତା ବର୍ଷ ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନର ରଣନୀତି ଜାତୀୟ କାର୍ଯ୍ୟନିର୍ବାହୀ ବୈଠକରେ ଗଭୀର ଭାବରେ ଆଲୋଚନା ହେବ ବୋଲି ଜଣାପଡିଛି । ଏଥିରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନାଡ୍ଡା, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ମନ୍ତ୍ରୀ ମୁଖାର୍‌ ଅବ୍ୱାସ ନାକଭି, କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର, ହାର୍ଦ୍ଦିକ ସିଂ ପୁରୀ, ପୂର୍ବତନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ସ ବର୍ଦ୍ଧନ, କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ମଧ୍ୟ ଯୋଗ ଦେଇଛନ୍ତି । । ଦୁଇ ବର୍ଷ ପରେ ଜାତୀୟ କାର୍ଯ୍ୟନିର୍ବାହୀଙ୍କର ଏହି ବୈଠକ ଅନୁଷ୍ଠିତ ହେଉଛି । କରୋନା ସଂକ୍ରମଣ ହେତୁ ୨୦୧୯ରେ ଏହି ବୈଠକ ଅନୁଷ୍ଠିତ ହୋଇପାରିନଥିଲା ।

hiranchal ad1
Leave A Reply

Your email address will not be published.

15 − seven =