ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ସତ୍ୟବାଦୀ ବ୍ଲକ ସମ୍ମୁଖରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ

0 62

ପୁରୀ : ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାରେ ମମିତା ମେହେରଙ୍କୁ ନ୍ୟାୟ ଏବଂ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବି କରି ସତ୍ୟବାଦୀ ଭାରତୀୟ ଜନତା ପାର୍ଟି ତରଫରୁ ସତ୍ୟବାଦୀ ବ୍ଲକ ସମ୍ମୁଖରେ ରାଜ୍ୟ ସରକାରଙ୍କ କୁଶପୁତ୍ତଳିକା ଦାହ ସହିତ ପ୍ରତିବାଦ କରାଯାଇଛି । ହତ୍ୟାକାଣ୍ଡ ଘଟଣାରେ ଗୃହ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ କାର୍ଯ୍ୟ କଳାପ ସଂଦେହ ଜନକ ଥିବା ବେଳେ ପୋଲିସ ଏ ନେଇ ତଦନ୍ତ କରୁନାହିଁ । ଏହାର ପ୍ରତିବାଦରେ ସତ୍ୟବାଦୀ ବିଜେପି ଯୁବ ନେତା ଓମ୍‌ ପ୍ରକାଶ ମିଶ୍ର ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବି କରିଛି । ସେହିପରି ପିପିଲି,ଗୋପ, କାକଟପୁର ରେ ମଧ୍ୟ ଭାରତୀୟ ଜନତା ପାର୍ଟି ତରଫରୁ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

hiranchal ad1
Leave A Reply

Your email address will not be published.

2 + two =