ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବହିଷ୍କାର ଦାବିରେ ଦାରିଙ୍ଗବାଡି ବିଜେପି ପକ୍ଷରୁ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

0 194

ଦାରିଙ୍ଗବାଡି :ବହୁ ଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାରେ ମମିତା ମେହେରଙ୍କୁ ନ୍ୟାୟ ଏବଂ ଘଟଣାରେ ସମ୍ପୃକ୍ତି ଥିବା ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବି ସହିତ ମାହାଙ୍ଗା ଟ୍ରିପଲ ମର୍ଡର କେଶ ରେ ୧୩ନମ୍ବର ଅଭିଯୁକ୍ତ ଥିବା ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବହିଷ୍କାର ଦାବି କରି ଦାରିଙ୍ଗବାଡି ବ୍ଲକ ଭାରତୀୟ ଜନତା ପାର୍ଟି ତରଫରୁ ଦାରିଙ୍ଗବାଡି ବ୍ଲକ ସମ୍ମୁଖରେ ରାଜ୍ୟ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏବଂ ଆଇନ ମନ୍ତ୍ରୀ ପ୍ରତାପ ଜେନା ଙ୍କ କୁଶପୁଳିକା ଦାହ କୁଶପୁତ୍ତଳିକା ଦାହ କରି ପ୍ରତିବାଦ କରାଯାଇଛି । ହତ୍ୟାକାଣ୍ଡ ଘଟଣାରେ ଗୃହ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ କାର୍ଯ୍ୟକଳାପ ସଂଦେହ ଜନକ ଥିବା ବେଳେ ପୋଲିସ ଏ ନେଇ ତଦନ୍ତ କରୁନାହିଁ । ତେଣୁ ଏନେଇ ଦାରିଙ୍ଗବାଡି ଥାନାରେ ବିଜେପି ତରଫରୁ ମାମଲାରେ ଦିବ୍ୟଶଙ୍କରଙ୍କ ସମ୍ପୃକ୍ତି ଥିବା ଯୋଗୁଁ ତାଙ୍କ ନାମରେ ମାମଲା ରୁଜୁ କରିବା ପାଇଁ ଏତଲା ଦିଆଯାଇଥିଲା । ଥାନା ଅଧିକାରୀ କୌଶିକ ମାଝୀ ଏତଲା ଗ୍ରହଣ କରିଥିଲେ । ରାଜ୍ୟ ସରକାର ସବୁ ଜାଣିଶୁଣି ଅପରାଧ ସହିତ ଜଡ଼ିତ ଥିବା ମନ୍ତ୍ରୀମାନଙ୍କୁ ସୁରକ୍ଷା ଦେଉଛନ୍ତି । କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଏହାର ପ୍ରତିବାଦରେ ଦାରିଙ୍ଗବାଡି ବ୍ଲକ ବିଜେପି ସଭାପତି ସନ୍ତୋଷ କୁମାର ସାହୁ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ତଥା କଳାହାଣ୍ଡି ଜିଲ୍ଲା ମହିଳା ମୋର୍ଚ୍ଚା ପ୍ରଭାରୀ ଅର୍ଚ୍ଚନା ପ୍ରଧାନ ପ୍ରମୁଖ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସମେତ ଆଇନ ମନ୍ତ୍ରୀଙ୍କଇସ୍ତଫା ଦାବି କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଜିଲ୍ଲା ସମ୍ପାଦକ ମହେଶ୍ୱର ସାହୁ, ବ୍ଲକ ବିଜେପି ସାଧାରଣ ସମ୍ପାଦକ ମିଟୁ ସାହୁ, ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ହରେନ କୁମାର ସାହୁ, ଆଦିବାସୀ ମୋର୍ଚ୍ଚା ଜିଲ୍ଲା ଉପସଭାପତି ଜୟଚନ୍ଦ୍ର ପଡ୍ରାଙ୍କ ସମେତ ରଞ୍ଜନ କୁମାର ସାହୁଙ୍କ ସମେତ ବହୁ କର୍ମୀ ସାମିଲ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

six + sixteen =