ଜହ୍ନ ।ପଙ୍କ,୮/୧୧ :ବୌଦ୍ଧବ୍ଳକ ଖୁଂଟବନ୍ଧ ପଞ୍ଚାୟତ ବୁରକଟା ଗଦବସା ପଡ଼ିଆରେ ୧୨ ତମ ମା ମାହେଶ୍ୱରୀ କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ କ୍ରିକେଟ ପ୍ରତିଯୋଗିତା ଆଜି ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ସହ-କୃଷି ଅଧିକାରୀ ନାରାୟଣ ମିଶ୍ର ଯୋଗଦେଇ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥିଭାବେ ବୁରକଟା ପୂର୍ବ ସଭାପତି ଦେବାର ବିଶି ଓ ସାମ୍ବାଦିକ ନବ କିଶୋର ମେହେର ଯୋଗଦେଇ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ । ଉଦଘାଟନୀ ମ୍ୟାଚ ମେହେର ସ୍ପୋର୍ଟର୍ିଂ ଓ ସ୍କାଏ ସ୍ପୋର୍ଟିଂ ମଧ୍ୟରେ ହୋଇଥିଲା । ପ୍ରଥମେ ମେହେର ସ୍ପୋର୍ଟିଂ ବ୍ୟାଟିଂକରି ୮ ଓଭରରେ ୭ ଉଇକେଟ ହରାଇ ୯୩ ରନ କରିଥିଲା । ଏହାର ଜବାବରେ ସ୍କାଏ ସ୍ପୋର୍ଟିଂ ନିର୍ଦ୍ଧାରିତ ଓଭରରେ ୯ ୱିକେଟ ହରାଇ ୭୮ ରନ କରିବାରୁ ମେହେର ସ୍ପୋର୍ଟିର୍ିଂ ୧୫ ରନରେ ବିଜୟୀ ହୋଇଥିଲେ । ଦ୍ୱିତୀୟ ମ୍ୟାଚ ଫୁଲବାଣୀ ଓ ବୌଦ୍ଧ ମଧ୍ୟରେ ହୋଇଥିଲା । ପ୍ରଥମେ ବୌଦ୍ଧ ବ୍ୟାଟିଂ କରି ୬ ଓଭରରେ ୫୩ ରନ କରିଥିବା ବେଳେ ଫୁଲବାଣୀ ୪.୪ ଓଭରରେ ୫୪ ରନ କରି ବିଜୟୀ ହୋଇଥିଲା । ପ୍ରଥମ ସେମିଫାଇନାଲ ମ୍ୟାଚ ମେହେର ସ୍ପୋର୍ଟିଂ ଓ ଫୁଲବାଣୀ ମଧ୍ୟରେ ହୋଇଥିଲା । ପ୍ରଥମେ ବୌଦ୍ଧ ବ୍ୟାଟିଂକରି ୩ ଓଭରରେ ୪ ୱିକେଟ ହରାଇ ୨୦ ରନ କରିଥିଲା । ଜବାବରେ ଫୁଲବାଣୀ ୨ ଓଭରରେ ୨ ୱିକେଟ ହରାଇ ୨୧ ରନ କରି ପ୍ରଥମ ଦଳ ଭାବେ ଫାଇନାଲକୁ ଯାଇଛି । ଆଜିର ମ୍ୟାଚକୁ ବେଦବ୍ୟାସ ମିଶ୍ର ଓ ସଲିଲ ପ୍ରଧାନ ପରିଚାଳନା କରିଥିଲେ । ଅଭିଷେକ ପ୍ରଧାନ ସ୍କୋରର ଦାୟିତ୍ୱ ତୁଲାଇଥିଲେ । ମା ମାହେଶ୍ୱରୀ କ୍ରିକେଟ ଆସୋସିଏସନର ସମସ୍ତ ସଭ୍ୟ ସହଯୋଗ କରୁଛନ୍ତି । ଆସନ୍ତାକାଲି ନ୍ୟୁ ଷ୍ଟାର ସୋନପୁର ଓ ବୌଦ୍ଧ ମଧ୍ୟରେ ଏବଂ ସମ୍ବଲପୁର ଓ ଦଶପଲ୍ଲା ମଧ୍ୟରେ ଅନୁଷ୍ଠିତ ହେବ । ଉଭୟ ଦଳର ବିଜେତା ଦ୍ୱିତୀୟ ସେମିଫାଇନାଲ ଖେଳିବେ । ଦ୍ୱିତୀୟ ସେମିଫାଇନାଲର ବିଜେତା ବୁଧବାର ଫୁଲବାଣୀ ସହିତ ଫାଇନାଲ ଖେଳିବ । ଚମ୍ପିୟାନ ଦଳକୁ ୧୨ ହଜାର ଟଙ୍କା ଓ ଉପ ବିଜେତା ଦଳକୁ ୮ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯିବ ।