ମମିତା ମେହେରଙ୍କୁ ନ୍ୟାୟ ଦାବୀ ନେଇ ବିଜେପି ବୌଦ୍ଧଜିଲ୍ଲା ତରଫରୁ ବିକ୍ଷୋଭ, ଗଣଧାରଣା ଓ ଦାଗୀ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

0 133

ବୌଦ୍ଧ,୮/୧୧- ବୌଦ୍ଧଜିଲ୍ଲାର ତିନୋଟି ବ୍ଲକରେ ମମିତା ମେହେରଙ୍କୁ ନ୍ୟାୟ ଦାବୀ, ଦାଗୀ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇ ବିକ୍ଷୋଭ ପ୍ରଦର୍ଶନ ସହ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି .ା ଆଜିର କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲା ସଦରମହକୁମା ବୌଦ୍ଧ ବ୍ଲକ ଠାରେ ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତିଙ୍କ ନେତୃତ୍ୱରେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବ୍ଲକ କାର୍ଯ୍ୟାଳୟ ଠାରେ ବିକ୍ଷୋଭ, ପ୍ରତିବାଦ ସଭା ସହିତ କୁଶପୁତ୍ତଳିକା , ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସହ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ରାଜ୍ୟ ସରକାରଙ୍କ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା । ଆଜିର ସଭାରେ ମୁଖ୍ୟମନ୍ତ୍ରୀ ଚୁପ କାହିଁକି ଓ ସମ୍ବେଦନଶୀଳତା ଗଲା କୁଆଡେ, ମମିତାକୁ ଆଜିପର୍ଯ୍ୟନ୍ତ କାହିଁକି ନ୍ୟାୟ ପ୍ରଦାନ କରାଯାଇନାହିଁ ଓ ସରକାରଙ୍କ ଆଇନ କୁଆଡେ ଗଲା ଇତ୍ୟାଦି ବହୁ ପ୍ରଶ୍ନ ପଚାରିବା ସହିତ ବରିଷ୍ଠ ନେତୃବୃନ୍ଦ ଅଭିଭାଷଣ ପ୍ରଦାନ କରିଥିଲେ ଓ ଆଗାମୀ ଦିନରେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କୁ ସାମାଜିକ ବାସନ୍ଦ କରିବାପାଇଁ ଜନସାଧାରଣଙ୍କୁ ନିବେଦନ କରାଯାଇଥିଲା । ଆଜିର କାର୍ଯ୍ୟକ୍ରମରେ ସର୍ବଶ୍ରୀ ସତ୍ୟାନନ୍ଦ ପାଣ୍ଡେ, ପ୍ରେମାନନ୍ଦ ମିଶ୍ର, ତାପସ କୁମାର ପଟ୍ଟନାୟକ, ମନୋରଞ୍ଜନ ଦାସ, ମୀନା ରାଣୀ ମିଶ୍ର, ନମିତା ଦାସ, ସ୍ୱର୍ଣ୍ଣମୟୀ ପ୍ରଧାନ, ଶ୍ୟାମ ସୁନ୍ଦର ପୁରୋହିତ, ତ୍ରିପୁରାରି ବେହେରା, ପ୍ରଭୁଦତ୍ତ ଦଲାଲ, ରବି କୁମାର ଦେଓ, ରାଜୀବ ଦେହୁରୀ, ନିରଞ୍ଜନ ଦାନୀ, ବୈକୁଣ୍ଠନାଥ ପ୍ରଧାନ,ନବୀନ ହୋତା ,ଯୀଶୁ ପ୍ରଧାନ, ଇମରାନ ଖାନ୍‌, ବିସି କେଶନ ପ୍ରଧାନ, ଦିଲ୍ଲୀପ ଶତପଥୀ, ଶିବ କ୍ଷେତି, କୁନା ମାହାର , ବଳଭଦ୍ର ଭବ ସାଗର, କୃଷ୍ଣ କୁମ୍ଭାର ପ୍ରଭୁତି ବହୁ ଦଳୀୟ କର୍ମକର୍ତ୍ତାଙ୍କ ସହ ବୁଦ୍ଧିଜୀବୀ ଯୋଗଦାନ କରିଥିଲେ ।

hiranchal ad1
Leave A Reply

Your email address will not be published.

5 × 1 =