ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ମହିଳା ମାନଙ୍କ ପାଇଁ ସଚେତନତା ଶିବିର

0 74

ନବରଙ୍ଗପୁର,୯/୧୧- ରାଷ୍ଟ୍ରୀୟ ଆଇନ ସେବା ପ୍ରାଧିକରଣ ଓ ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣର ଆଦେଶକ୍ରମେ ଜିଲ୍ଲା ଆଇନସେବା ପ୍ରାଧିକରଣ, ନବରଙ୍ଗପୁର ଦ୍ୱାରା ଆଜି ଜାତୀୟ ମହିଳା କମିଶନଙ୍କ ମିଳିତ ଆନୁକୁଲ୍ୟରେ ଏକ ସ୍ୱତନ୍ତ୍ର ସଚେତନତା ଶିବିର ସ୍ୱତନ୍ତ୍ର ମହିଳା ମାନଙ୍କ ପାଇଁ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଜଜ୍‌ ଶ୍ରୀଯୁକ୍ତ ଅଶୋକ କୁମାର ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ଆୟୋଜିତ ଏହି ସ୍ୱତନ୍ତ୍ର ଅଭିଯାନକୁ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ଶ୍ରୀମତୀ ଅନ୍ନପୂର୍ଣ୍ଣା ନାୟକ ପରିଚାଳନା କରିଥିଲେ । ଏହି ସ୍ୱତନ୍ତ୍ର ସଚେତନତା ଶିବିରରେ ପରିବାର ବିଚାରବିଭାଗୀୟ ଜଜ୍‌ ଶ୍ରୀଯୁକ୍ତ ସଞ୍ଜୟ କୁମାର ସାହୁ, ଅତିରିକ୍ତ ଜିଲ୍ଲାଜଜ୍‌ ଶ୍ରୀଯୁକ୍ତ ପ୍ରଣୟ କୁମାର ଦାସ, ରେଜିଷ୍ଟ୍ରାର ଜିଲ୍ଲାକୋର୍ଟ ଶ୍ରୀମତୀ ଅପର୍ଣ୍ଣା ମହାପାତ୍ର, ଉପଖଣ୍ଡ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଶ୍ରୀଯୁକ୍ତ ପ୍ରିୟରଞ୍ଜନ ଓଝା ଓ ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଶ୍ରୀମତୀ ରାଜଶ୍ରୀ ଆର୍ୟବାଲା ତ୍ରିପାଠୀ, ଆଇନଜୀବୀ ଶ୍ରୀମତୀ ମିନାକ୍ଷୀ ପାଢୀ ଓ ଜେନିଫର ସୁନା ଯୋଗ ଦେଇଥିଲେ ଓ ମହିଳା ମାନଙ୍କ ପାଇଁ ପ୍ରଣିତ ଥିବା ବିଭିନ୍ନ ସମ୍ପର୍କୀୟ ଆଇନ ବିଷୟରେ ଆଲୋକପାତ କରିଥିଲେ । ଏହି ସ୍ୱତନ୍ତ୍ର ସଚେତନତା ଶିବିରରେ ଜିଲ୍ଲା ପ୍ରଶାସନ ରୁ ବହୁ ଅଧିକାରୀ ମାନେ, ପୁଲିସ ଅଧିକାରୀ, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ ଓ କଲେଜ ଛାତ୍ରୀମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନସେବା ପ୍ରାଧିକରଣ, ନବରଙ୍ଗପୁର ଦ୍ୱାରା ପରିଚାଳନା କରାଯାଇଥିଲା । ଏହାବ୍ୟତୀତ ରାଷ୍ଟ୍ରୀୟ ଆଇନସେବା ଦିବସ ଅବସରରେ ଜିଲ୍ଲା ଆଇନସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ନୂତନ ଜିଲ୍ଲା କୋର୍ଟ ପରିସରରେ ଅନ୍ୟଏକ ଆଇନ ସଚେତନତା ଶିବିର ଆଇନଜୀବୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲା ଜଜ୍‌ ଶ୍ରୀଯୁକ୍ତ ଅଶୋକ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମ ମଧ୍ୟ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଦ୍ୱାରା ପରିଚାଳନା କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

16 − one =