୧୫ରୁ ଭୁବନେଶ୍ୱର-ନୟାଗଡ଼ ଟାଉନ୍‌ ମଧ୍ୟରେ ଚାଲିବ ମେମୁ ଟ୍ରେନ

0 230

ଦଶପଲ୍ଲା : ଭୁବନେଶ୍ୱର ଏବଂ ନୟାଗଡ଼ ଟାଉନ୍‌ ମଧ୍ୟରେ ଚଳିତ ମାସ ୧୫ ତାରିଖ ଠାରୁ ବର୍ତ୍ତମାନର ପାରମ୍ପାରିକ କୋଚ୍‌ ବଦଳାଇ ମେମୁ ଟ୍ରେନ୍‌ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଛି । ୦୮୪୨୩ / ୦୮୪୨୪ ଭୁବନେଶ୍ୱର – ନୟାଗଡ଼ ଟାଉନ୍‌ – ଭୁବନେଶ୍ୱର ସ୍ପେଶାଲ୍‌ ଭୁବନେଶ୍ୱରରୁ ୧୫ ନଭେମ୍ବର ଠାରୁ ଏବଂ ନୟାଗଡ଼ ଟାଉନକୁ ୧୬ ନଭେମ୍ବର , ୨୦୨୧ ଠାରୁ ମେମୁ ଟ୍ରେନ କୋଚ ସହିତ ଚଳାଚଳ କରିବ । ଏହି ଟ୍ରେନର ଗଠନରେ ଛଅଟି ମେମୁ କୋଚ୍‌ ଏବଂ ଦୁଇଟି ମୋଟର କାର୍‌ ମେମୁ କୋଚ୍‌ ଉପଲବ୍ଧ ରହିବ । ଏହି ଟ୍ରେନ୍‌ ପାଇଁ ସ୍ଥିରୀକୃତ ସମୟ ସାରଣୀ ଓ ରହଣି ସ୍ଥାନ ପୂର୍ବପରି ଅପରିବର୍ତ୍ତିତ ରହିବ ।

hiranchal ad1
Leave A Reply

Your email address will not be published.

sixteen − two =