ଜହ୍ନାପଙ୍କ : ବୌଦ୍ଧ ବ୍ଳକ ଅନ୍ତର୍ଗତ ମୁଣ୍ଡାପଡା ଗ୍ରାମ ପଞ୍ଚାୟତ ଠାରେ ଓଡିଶା ମୋ-ପରିବାର ତରଫରୁ ମେଗାରକ୍ତ ଦାନ ଶିବିର ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବିଧାୟକ ପ୍ରଦିପ କୁମାର ଅମାତ ଯୋଗଦେଇ ଉଦଘାଟନ କରିଥିଲେ ।”ରକ୍ତ ଦାନ ଏକ ମହତ ଦାନ”ଭାବି ଆଗାମୀ ଦିନ ରେ କିପରି ଅଧିକ ସଂଖ୍ୟାରେ ଲୋକ ରକ୍ତ ଦାନ ପ୍ରତି ମନ ନିବେଶ କରିବେ ସେ ଉପରେ ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ଜୀବନ ବିନ୍ଦୁ ଓ ମୋ ଓଡିଶା ଜିଲ୍ଲା ସଂଯୋଜକ ତଥା ଯୁବ ବିଜେଡି ସଭାପତି ମୃତ୍ୟୁଞ୍ଜୟ ମିଶ୍ର, ଜିଲ୍ଲା ସରପଞ୍ଚ ସଙ୍ଘ ସଭାପତି ତଥା ମୁଣ୍ଡାପଡା ସରପଞ୍ଚ ବିଦ୍ୟାଧର ସ୍ୱାଇଁ , ସମିତି ସଭ୍ୟ ସଞ୍ଜୟ ପ୍ରଧାନ, ବିଜେଡି ଜ଼ିଲ୍ଲା ଉପ ସଭାପତି ସୁବୋଧ ପ୍ରଧାନ, ରାଜ୍ୟ ଯୁଗ୍ମ ସମ୍ପାଦକ ଅଶୋକ କୁମାର ସାହୁ, ଜ଼ିଲ୍ଲା ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ଶ୍ରୀମତୀ ଜସ୍ମିନ ପ୍ରଧାନ, ବ୍ରାହ୍ମଣୀପାଲି ସରପଞ୍ଚ ପ୍ରତିନିଧ ଅରୁଣ ବାଘ, ଯୁବ ନେତା ପ୍ରଭାତ ଚନ୍ଦ୍ର ପ୍ରଧାନ, ବ୍ଲକ ଉପାଧ୍ୟକ୍ଷ ମନରଞ୍ଜନ ପୁରୋହିତ, ସେଚ୍ଛାସେବୀ ଶ୍ରୀନିବାସ ପ୍ରଧାନ, ବିରେନ ଝାଙ୍କର୍, ବ୍ରାହ୍ମଣୀପାଲି ସମିତି ସଭ୍ୟା ପ୍ରତିନିଧ ସୁମନ୍ତ ସାହୁ, ହର ଭଙ୍ଗା ବ୍ଲକ ବିଧାୟକ ପ୍ରତିନିଧ ସଭ୍ୟା ସୀତାଂଶୁ ମହାକୁଡ଼, ହରିହର ପ୍ରଧାନ, ମାନଗୋବିନ୍ଦ ପ୍ରଧାନ, ପ୍ରମିଲ୍ ପ୍ରଧାନ ପ୍ରମୁଖ ସାମିଲ ହୋଇ ଥିଲେ । ଶିବିରରେ ରକ୍ତଦାନ କରିଥିବା ୮ ଜଣ ମହିଳାଙ୍କୁ ମୁଖ୍ୟ ଅତିଥି ଶ୍ରୀ ଅମାତ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ ।ରକ୍ତ ଦାତା ଓ ଆୟୋଜକଙ୍କୁ ବିଧାୟକ ପ୍ରଶଂସା କରିଥିଲେ । ସମୁଦାୟ ୫୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଶିବିରକୁ ଡା ମଳୟ କୁମାର ସାହୁ,ବନୋଜ ପ୍ରଧାନ, ଦିଲ୍ଲୀପ ଭୋଇ (ଟେକ୍ନିସିଆନ) , ସୁମନ୍ତ ଝାଙ୍କର, ଜଗଦୀଶ ବାରିକ,ବିଦ୍ୟାଧର ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।