ସ୍ପଷ୍ଟ କଲେ ଗାଙ୍ଗୁଲି, ଏନ୍‌ସିଏର ମୁଖ୍ୟ ହେବେ ଏହି ପୂର୍ବତନ ଖେଳାଳି

0 126

ନୂଆଦଲ୍ଲୀ : ପୂର୍ବତନ କ୍ରିକେଟର ରାହୁଲ ଦ୍ରାବିଡ ଭାରତୀୟ ଦଳର ପ୍ରଶିକ୍ଷକ ଦାୟିତ୍ୱ ଗ୍ରହଣ କରିବା ପରେ ଭିଭିଏସ୍‌ ଲକ୍ଷ୍ମଣ ଜାତୀୟ କ୍ରିକେଟ୍‌ ଏକାଡେମୀ (ଏନସିଏ) ର ମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିବେ ବୋଲି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ନିଶ୍ଚିତ କରିଛନ୍ତି । ଏହି ସୂଚନା ଏନ୍‌ଆଇଏ ଦ୍ୱାରା ଦିଆଯାଇଛି । ଗାଙ୍ଗୁଲି ସବୁବେଳେ କୁହନ୍ତି ଯେ, ଭାରତୀୟ କ୍ରିକେଟର ଉନ୍ନତି ପାଇଁ ପୂର୍ବତନ ଖେଳାଳିଙ୍କୁ ପ୍ରାଥମିକତା ଦେବା । କେବଳ ଗାଙ୍ଗୁଲି ନୁହେଁ ବୋର୍ଡ ସଚିବ ଜୟ ଶାହା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଚାହୁଁଥିଲେ ଯେ ଲକ୍ଷ୍ମଣ ଏନସିଏର ମୁଖ୍ୟ ଭାବରେ କାର୍ଯ୍ୟ କରନ୍ତୁ ।
ଏହାପୂର୍ବରୁ ବିସିସିଆଇ ସୂତ୍ରରୁ ପ୍ରକାଶ ଯେ ରାହୁଲ ଦ୍ରାବିଡଙ୍କ ସହ ଲକ୍ଷ୍ମଣଙ୍କର ଏକ ବିଶେଷ ସମ୍ପର୍କ ଅଛି ବୋଲି ଆମେ ଭୁଲିଯିବା ଉଚିତ ନୁହେଁ । ଏହା ଏକ ବହୁତ ଭଲ ମିଶ୍ରଣ ହେବ ଯେ ଉଭୟ ଭାରତୀୟ କ୍ରିକେଟ୍‌କୁ ଆଗକୁ ନେବା ପାଇଁ କାମ କରିବେ । ଉଲ୍ଲେଖନୀୟ କଥା ହେଉଛି, ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରୁ ଦ୍ରାବିଡ଼ ଟିମ୍‌ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଭାବେ କାର୍ଯ୍ୟ ଆରମ୍ଭ କରିବେ ।
ଏନସିଏ ମୁଖ୍ୟ ହେବା ପରେ ବର୍ତ୍ତମାନ ଲକ୍ଷ୍ମଣଙ୍କୁ ତାଙ୍କ ସହର ହାଇଦ୍ରାବାଦରୁ ବାଙ୍ଗାଲୋରକୁ ଯିବାକୁ ପଡିବ । ଲକ୍ଷ୍ମଣ ବର୍ତ୍ତମାନ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦର ପରାମର୍ଶଦାତା ମଧ୍ୟ ଅଛନ୍ତି । ଏହା ବ୍ୟତୀତ ସେ ଚଳିତ ବର୍ଷ ଆରମ୍ଭରୁ ବଙ୍ଗଳା କ୍ରିକେଟ୍‌ ଆସୋସିଏସନର ବ୍ୟାଟିଂ ପରାମର୍ଶଦାତା ଭାବରେ ମଧ୍ୟ କାର୍ଯ୍ୟ କରୁଛନ୍ତିି । ଏନସିଏର ଦାୟିତ୍ୱ ନେବା ପୂର୍ବରୁ ଏହି ସବୁ ଦାୟିତ୍ୱ ଛାଡିବାକୁ ପଡିବ ।

hiranchal ad1
Leave A Reply

Your email address will not be published.

four × 4 =