ଫୁଲବାଣୀ: କନ୍ଧମାଳ ଜିଲ୍ଲାର ସ୍ଥାନୀୟ ଜିଲ୍ଲା ସାମ୍ବାଦିକ ଭବନ ଫୁଲବାଣୀ ଠାରେ ଜାତୀୟ ପ୍ରେସ ଦିବସ ୨୦୨୧ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ କନ୍ଧମାଳ ଏବଂ ଜିଲ୍ଲା ପ୍ରେସ କ୍ଲବ ଫୁଲବାଣୀର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପିଏ ଆଇଟିଡିଏ ରବୀନ୍ଦ୍ର ଦାସ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଜିଲ୍ଲା ପ୍ରତିନିଧି ତଥା ଜନଜାତି ଗବେଷକ ଡ଼ଃ ରଞ୍ଜନ କୁମାର ପ୍ରଧାନ ଯୋଗଦେଇ ଜଣେ ସାମ୍ବାଦିକର କର୍ତ୍ତବ୍ୟ କ’ଣ ଏବଂ ସମାଜ ପାଇଁ କାର୍ଯ୍ୟ କ’ଣ ସେ ବିଷୟରେ ବକ୍ତବ୍ୟ ରଖିଥିଲେ । ଅନ୍ୟତମ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଡ଼ଃ ଅରୁପ କୁମାର ଜେନା ଯୋଗଦେଇ କରୋନା ସମୟରେ କିପରି ଆମର ସାମ୍ବାଦିକ ଭାଇମାନେ ନିଜ ଜୀବନକୁ ପାଣି ଛଡାଇ ପ୍ରଶାସନକୁ ସହଯୋଗ କରିଥିଲେ ଏବଂ ଜଣେ ସାମ୍ବାଦିକ ସମାଜ ପ୍ରତି ପଦକ୍ଷେପ କ’ଣ ସେ ଉପରେ ବକ୍ତବ୍ୟ ରଖିଥିଲେ । ଅଶୋକ ପରିଡା, ପ୍ରେସ କ୍ଳବ ସମ୍ପାଦକ ପ୍ରଶାନ୍ତ କୁମାର ବେହେରା, ଶିବ ପ୍ରସାଦ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ସମ୍ବାଦିକରେ ଅଭିଜ୍ଞତା ସମ୍ପର୍କରେ ଅଭିଭାଷଣ ରଖିଥିଲେ । ଯାହାକି ଅନ୍ୟମାନଙ୍କ ପାଇଁ ପ୍ରେରଣା ଯୋଗାଇବାରେ ସହାୟକ ହେବ । ଏହି କାର୍ଯ୍ୟକ୍ରମରେ ପ୍ରେସ କ୍ଳବର ସମସ୍ତ ସାମ୍ବାଦିକ ଉପସ୍ଥିତ ରହିବା ସହିତ ଜିଲ୍ଲାର ପ୍ରତ୍ୟେକ ବ୍ଲକର ଅଧିକାଂଶ ସାମ୍ବାଦିକମାନେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସାମ୍ବାଦିକ ଅଶୋକ କୁମାର ମହାନ୍ତି ପରିଚାଳନା କରିଥିଲେ ।