ଚର୍ଚ୍ଚାରେ ଜିତେଶଙ୍କ ବ୍ୟାଟିଂ, ଆଇପିଏଲ ଆକ୍ସନରେ କରିପାରନ୍ତି ଧମାଲ

0 132

ନୂଆଦିଲ୍ଲୀ : ଭାରତର ଅନେକ ଖେଳାଳି ସୟଦ ମୁସ୍ତାକ୍‌ ଅଲି ଟ୍ରଫି ୨୦୨୧-୨୨ ରେ ଧମାଲ କରୁଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଭାରତର ଅଧିନାୟକତ୍ୱ କରିବାକୁ ଥିବା ରାହାଣେ ମଧ୍ୟ ଏହି ସିଜନରେ ଭଲ ଖେଳ ପ୍ରଦର୍ଶନ କରିଛନ୍ତି । ଏହି ଖେଳାଳିଙ୍କ ବ୍ୟତୀତ ଏଭଳି କେତେକ ଖେଳାଳି ଅଛନ୍ତି ଯେଉଁମାନେ ଭାରତୀୟ ଟିମରେ ପ୍ରବେଶ କରିବାକୁ ସଂଘର୍ଷ କରୁଛନ୍ତି । ବହୁ ଖେଳଆଳି ଏହି ଟୁର୍ନାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଯେ ଏଥର ଆଇପିଏଲର ଏକ ନୂତନ ନିଲାମ ହେବାକୁ ଯାଉଛି ।ଏପରି ପରିସ୍ଥିତିରେ ସେମାନଙ୍କର ପ୍ରଦର୍ଶନ ଦେଖି ଫ୍ରାଞ୍ଚାଇଜ୍‌ମାନେ ଖେଳାଳିଙ୍କୁ ସେମାନଙ୍କ ଦଳରେ ଅନ୍ତର୍ଭୁକ୍ତ କରିବାକୁ ଚେଷ୍ଟା କରିପାରନ୍ତି । ଏହି ପରିପ୍ରେକ୍ଷୀରେ ବିଦର୍ଭର ଜିତେଶ ଶର୍ମା ତାଙ୍କ ବ୍ୟାଟିଂ ସହ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଏହି ଟୁର୍ନାମେଣ୍ଟରେ ସେ ମହାରାଷ୍ଟ୍ର ବିପକ୍ଷରେ ୭ ଟି ବଲରୁ ଅପରାଜିତ ୨୮ ରନ ସ୍କୋର କରିଥିବାବେଳେ ସିକ୍କିମଙ୍କ ବିପକ୍ଷରେ ୨୦ ଟି ବଲରୁ ଅପରାଜିତ ୫୪ ରନ କରି ଏକ ରେକର୍ଡ ସୃଷ୍ଟି କରିଥିଲେ । କେବଳ ଏତିକି ନୁହେଁ ମଣିପୁର ବିପକ୍ଷରେ ୩୧ ଟି ବଲରେ ଅପରାଜିତ ୭୧ ଖେଳି ଜିତେଶ କ୍ରିକେଟ୍‌ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ସେହିପରି ଟୁର୍ନାମେଣ୍ଟରେ ସେ ଲଗାତାର ୩ ଅର୍ଦ୍ଧଶତକ ହାସଲ କରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେ ଆଗାମୀ ଆଇପିଏଲରେ କୌଣସି ଦଳ ପାଇଁ ଟ୍ରମ୍ପ କାର୍ଡ ହୋଇପାରନ୍ତି ବୋଲି କ୍ରିକେଟ ବିଶେଷଜ୍ଞମାନେ ଏବେଠୁ କହିଲେଣି । ଜିତେଶ ୨୦୧୬ ରେ ମୁମ୍ବାଇ ଇଣ୍ଡିଆନ୍ସ ଦଳର ସାମିଲ ହୋଇଥିଲେ । କିନ୍ତୁ ସେ ନିଜର ଦକ୍ଷତା ଦେଖାଇବାକୁ ସୁଯୋଗ ପାଇନଥିଲେ । ଏହା ବ୍ୟତୀତ ଜିତେଶ ଘରୋଇ କ୍ରିକେଟରେ କ୍ରମାଗତ ଭାବରେ ଭଲ ପ୍ରଦର୍ଶନ କରୁଛନ୍ତି । ତାଙ୍କର ପ୍ରଥମ ଶ୍ରେଣୀ କ୍ୟାରିୟରରେ ଜିତେଶ ୧୬ ଟି ମ୍ୟାଚ୍‌ ଖେଳିଛନ୍ତି ଯେଉଁଥିରେ ସେ ୫୫୩ ରନ୍‌ ସ୍କୋର କରିବାରେ ସଫଳ ହୋଇଛନ୍ତି । ଟି -୨୦ କ୍ରିକେଟ୍‌ ରେ ଜିତେଶ ୫୨ ଟି ମ୍ୟାଚରେ ୧୩୧୭ ରନ୍‌ ସଂଗ୍ରହ କରିଛନ୍ତି ଯେଉଁଥିରେ ସେ ଗୋଟିଏ ଏବଂ ୮ ଅର୍ଦ୍ଧଶତକ ହାସଲ କରିଛନ୍ତି ।

hiranchal ad1
Leave A Reply

Your email address will not be published.

4 × four =