ନୂଆଦିଲ୍ଲୀ: ଗାନ୍ଧୀ ନେତାଜୀଙ୍କୁ ନିୟନ୍ତ୍ରଣ କରିପାରି ନ ଥିବା କଥା ଉପଲବ୍ଧି କରିଥିବାରୁ ଦୁହିଁଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ନ ଥିଲା। କିନ୍ତୁ, ମୋ ବାପା ଗାନ୍ଧୀଙ୍କର ଜଣେ ବଡ଼ ପ୍ରଶଂସକ ଥିଲେ ବୋଲି ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ କନ୍ୟା ଅନୀତା ବୋଷ୍ ଫାଫ୍ କହିଛନ୍ତି। ନେତାଜୀଙ୍କୁ ବିଟ୍ରିସ୍କୁ ସମର୍ପି ଦେବା ପାଇଁ ମହାତ୍ମା ଗାନ୍ଧୀ ଓ ଜବାହରଲାଲ୍ ନେହେରୁ ପ୍ରସ୍ତୁତ ଥିଲେ ବୋଲି ଅଭିନେତ୍ରୀ କଙ୍ଗନା ରଣାୱତ୍ ଦେଇଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଅନୀତା ଉପରୋକ୍ତ ଟିପ୍ପଣୀ ଦେଇଛନ୍ତି।