ପାରଳାଖେମୁଣ୍ଡି : ଜାତୀୟ ଗଣମାଧ୍ୟମ ଦିବସ-୨୦୨୧ ପାଳନ ଅବସରରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ “କରୋନା ମହାମାରୀରେ ଗଣମାଧ୍ୟମ : ଏକ ନୂତନ ଆହ୍ୱାନ’ ସମ୍ପର୍କିତ ଜିଲ୍ଲାସ୍ତରୀୟ ଏକ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଯୋଗ ଦେଇ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ କହି ଗଣମାଧ୍ୟମ ସମାଜର ଜାଗ୍ରତ ପ୍ରହରୀ । ବିଭିନ୍ନ ବିପର୍ଯ୍ୟୟ ସମୟରେ ଗଣମାଧ୍ୟମ ପ୍ରଶାସନକୁ ସହଯୋଗ କରି ଆସୁଛନ୍ତି । ଏମିତି କି, ଗତ ଦେଢ ବର୍ଷ ଧରି କରୋନା ମହାମାରୀ ଯେଉଁଭଳି ଭାବେ ସଂକ୍ରମଣ ବ୍ୟାପିବାର ରୂପ ନେଇଥିଲା, ସେ କ୍ଷେତ୍ରରେ ଗଣମାଧ୍ୟମ ହିଁ ପ୍ରଶାସନକୁ ସହଯୋଗ କରି ଜିଲ୍ଲାରେ କରୋନା ସଂକ୍ରମଣ ହ୍ରାସ ହେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ତେଣୁ ସବୁବେଳେ ସତ୍ୟ ଓ ନିରପେକ୍ଷ ସମ୍ବାଦ ପରିବେଷଣ କରି ସମାଜର ସାମୁହିକ ଉନ୍ନତିରେ ସହାୟକ ହେବାପାଇଁ ଆହ୍ୱାନ କରିଥିଲେ ।
ଏହି ଅବସରରେ ବରିଷ୍ଠ ସାମ୍ବାଦିକ ଗରୁଡ଼ ଧ୍ୱଜ ଚୌଧୁରୀ, ଦ୍ୱିଜେନ୍ଦ୍ର ନାଥ ପାଢ଼ୀ, ବସନ୍ତ ପଣ୍ଡା , ଭାଗବତ ପାଢ଼ୀ, ଆଦର୍ଶ ଦାସ, ରୂପେଶ ସାହୁ ଓ ଦିଲୀପ ଶତପଥୀ ପ୍ରମୁଖ କରୋନା ମହାମାରୀ ସମୟରେ ପ୍ରଶାସନର କଟକଣା ସତ୍ତେ୍ୱ୍ୱ କିଭଳି ସେମାନେ ଜାଗ୍ରତ ପ୍ରହରୀ ଭଳି କାର୍ଯ୍ୟ ସମ୍ପାଦନ କରିଥିଲେ ଏବଂ କିଭଳି ତାହା ସେମାନଙ୍କ ପାଇଁ ଏକ ଆହ୍ୱାନ ସଦୃଶ୍ୟ ଥିଲା, ସେହି ଅନୁଭୂତି ଓ ଅଭିଜ୍ଞତାକୁ ଅବଗତ କରାଇଥିଲେ ।
ଏହି ଅବସରରେ କରୋନା ସମୟରେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁବରଣ କରିଥିବା ୨ଜଣ ସାମ୍ବାଦିକଙ୍କ ଅକାଳ ବିୟୋଗରେ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ୱରାଜ୍ୟ ଶିଶା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ଏବଂ ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରଭାକର ତ୍ରିପାଠୀ ପ୍ରମୁଖ ମଞ୍ଚାସୀନ ଥିବା ବେଳେ ବହୁ ଜିଲ୍ଲାସ୍ତରୀୟ ସାମ୍ବାଦିକ ଯୋଗ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post
Next Post