ଛାତ୍ର କଂଗ୍ରେସ କର୍ମୀଙ୍କୁ ବିଜେଡି କର୍ମୀଙ୍କ ଆକ୍ରମଣ ଘଟଣା,ସୁବର୍ଣ୍ଣପୁର ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ପ୍ରତିବାଦ
ସୁବର୍ଣ୍ଣପୁର : ଓଡ଼ିଶାର ଛାତ୍ର କଂଗ୍ରେସ ପକ୍ଷରୁ ଗଣତାନ୍ତ୍ରିକ ପଦ୍ଧତିରେ ଓଡିଶାର ବିଭିନ୍ନ ସ୍ଥାନମାନଙ୍କରେ ମନ୍ତ୍ରୀ ମାନଙ୍କୁ ବିରୋଧ ପ୍ରଦର୍ଶନ କରାଯାଉଛି । ମମିତାଙ୍କୁ ନ୍ୟାୟ ପାଇଁ ସାରାରାଜ୍ୟରେ କଂଗ୍ରେସ ପକ୍ଷରୁ ଗଣତାନ୍ତ୍ରିକ ପଦ୍ଧତିରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ମାତ୍ର ରାଜ୍ୟ ପୋଲିସ ଶାସକ ବିଜୁ ଜନତା ଦଳର ହାତବାରିସୀ ସାଜି କଂଗ୍ରେସ କର୍ମକର୍ତ୍ତାଙ୍କୁ ଗିରଫ କରୁଛି, ମାଡ଼ ମଧ୍ୟ ମାରୁଛି । ରାଜ୍ୟ ଗୃହ ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କୁ ଆଜି ପର୍ଯ୍ୟନ୍ତ ତଦନ୍ତ ପରିସରଭୁକ୍ତ କରି ନାହିଁ କି ଗିରଫ ମଧ୍ୟ କରି ନାହିଁ । ବିଜୁ ଜନତା ଦଳର କର୍ମୀମାନେ ବରଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତିଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ବରଗଡ଼ ଜିଲ୍ଲା ଅତାବିରାଠାରେ କଂଗ୍ରେସ କର୍ମୀଙ୍କୁ ପ୍ରାକ୍ତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପିଏସଓ ସମସ୍ତଙ୍କ ସାମ୍ନାରେ ବନ୍ଧୁକ ଦେଖାଇ ଧମକ ଦେବା ସହ ଝାରସୁଗୁଡା ଜିଲ୍ଲା ଛାତ୍ର କଂଗ୍ରେସ ସଭାନେତ୍ରୀ ନବନୀତ କୌରଙ୍କୁ ପୋଲିସ ଅଗଣତାନ୍ତ୍ରିକ ପଦ୍ଧତିରେ ଉଠାଇ ନେଇଥିଲେ । ଏହାର ପ୍ରତିବାଦରେ ଆଜି ସୁବର୍ଣ୍ଣପୁର ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଏକ ଦାବିପତ୍ର ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ରାଜ୍ୟ ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ ଗୋବିନ୍ଦ ଝାଙ୍କରଙ୍କ ନେତୃତ୍ୱରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଗୌରୀଶ୍ୟାମ ପଣ୍ଡା, ଟିକୁ ହୋତା, ଗଣେଶ ଗୁରୁ, ଶ୍ରୀତମ, ପ୍ରଶାନ୍ତ ପଣ୍ଡା, ଟିଟୁ ନାୟକ, ରାଜେଶ ମିଶ୍ର, ବିଜୟ ଭୋଇ, ରାମଗୋପାଳ ହୋତା, ସୁମିତ ମେହେର ପ୍ରମୁଖ ଯୋଗ ଦେଇଥିଲେ ।