ସମଗ୍ର ଦେଶକୁ ବାଟ ଦେଖାଇଛି ବିଏସ୍‌କେୱାଇ ସ୍ମାର୍ଟକାର୍ଡ ଯୋଜନା

0 60

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟକାର୍ଡ ଯୋଜନା ସାରା ଦେଶକୁ ବାଟ ଦେଖାଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦୁଝର ଜିଲ୍ଲାରେ ଆଜି ବିଏସ୍‌କେୱାଇ ସ୍ମାର୍ଟକାର୍ଡ ଯୋଜନା ଶୁଭାରମ୍ଭ କରି କହିଛନ୍ତି । ଦିନିକିଆ କେନ୍ଦୁଝର ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ କହିଲେ ସ୍ମାର୍ଟକାର୍ଡ ଯୋଜନାରେ ଆଜି କେନ୍ଦୁଝର ଜିଲ୍ଲାବାସୀ ସାମିଲ ହୋଇଛନ୍ତି । ଏହି ଜିଲ୍ଲାର ୪ ଲକ୍ଷ ୨୦ ହଜାର ପରିବାର ଏଥିରୁ ସୁବିଧା ପାଇବେ । ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲା ଏହି ଯୋଜନାରେ ପ୍ରର୍ଯ୍ୟାୟକ୍ରମେ ସାମିଲ ହେବେ । ଇତି ମଧ୍ୟରେ କେନ୍ଦୁଝର ଜିଲ୍ଲା ସହିତ ୧୩ଟି ଜିଲ୍ଲା ସାମିଲ ହେଲେଣି । କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ଏହି ଜିଲ୍ଲା ପାଇଁ ୧୪୩୩କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଶୁଭାରମ୍ଭ କରିଥିଲେ । ସେଥିମଧ୍ୟରେ ପାନୀୟଜଳ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକଳ୍ପ ରହିଛି ।ମୁଖ୍ୟମନ୍ତ୍ରୀ କହିଲେ ୨୦୨୨ ସୁଧା ପାଇପ ଯୋଗେ ପିଇବା ପାଣି ଏହି ଜିଲ୍ଲାର ସବୁ ଲୋକଙ୍କୁ ଯୋଗାଇ ଦିଆଯିବ । ସେହିଭଳି ଜନଜାତି ଭାଇଭଉଣୀଙ୍କ ରୋଜଗାର ବଢାଇବା ପାଇଁ ରାଜ୍ୟ ସରକାର ୩୬କୋଟି ଟଙ୍କା ମୂଲ୍ୟରେ ବୃହତ୍‌ କୁକୁଡା ପାଳନ ପ୍ରକଳ୍ପ ଆରମ୍ଭ କରାଯିବ । ୩୦ ହଜାର ଜନଜାତି ଏଥିରୁ ଲାଭବାନ ହେବେ । ସେହିଭଳି ଜିଲ୍ଲାର ୧୦୦ଟି ସ୍କୁଲକୁ ରୂପାନ୍ତରଣର ଲୋକାର୍ପଣ କରି ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି, ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ, କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ଘସିପୁରା ବିଧାୟକ ବଦ୍ରି ପାତ୍ର, ପାଟୋଣା ବିଧାୟକ ଜଗନ୍ନାଥ ନାୟକ ପ୍ରମୁଖ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡିଶାର ସଫଳ ବିକାଶ ପାଇଁ ଉଚ୍ଚ ପ୍ରଶଂସା କରିଥିଲେ ।

hiranchal ad1
Leave A Reply

Your email address will not be published.

3 + seven =