ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅବସରରେ ମେଗା ରକ୍ତଦାନ ଶିବିର

0 121

ଜହ୍ନାପଙ୍କ: ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ତେଲିବନ୍ଧ ଗ୍ରାମରେ ଚାଲିଥିବା ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବର ତୃତୀୟ ଦିନରେ ପାରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ପାରାୟଣ ଗାୟିକା ଦେବସ୍ମିତା ମହାପାତ୍ରଙ୍କ ଦ୍ୱାରା ସୁନ୍ଦରା କାଣ୍ଡ ପଠନ କରାଯାଇଥିଲା ।ବହୁ ସଂଖ୍ୟାରେ ରାମ ପିପାସୁ ଯୋଗଦେଇ ରାମାୟଣ ଶ୍ରବଣ କରିଥିଲେ । ଏହି ଉପଲକ୍ଷେ ଓଡ଼ିଶା ମୋ ପରିବାର ପକ୍ଷରୁ ଓ ରୋପ୍‌ କ୍ଳବ ସହଯୋଗରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା ।ରକ୍ତଦାନ ଶିବିରରେ ୬୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ରକ୍ତଦାତାମାନଙ୍କ ମଧ୍ୟରେ ୧୫ ଜଣ ମହିଳା ସେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜ଼ିଲ୍ଲା ଜୀବନ ବିନ୍ଦୁ ଓ ଓଡିଶା ମୋ-ପରିବାରର ଜ଼ିଲ୍ଲା ସଂଯୋଜକ ତଥା ଯୁବ ବିଜେଡି ସଭାପତି ମୃତ୍ୟୁଞ୍ଜୟ ମିଶ୍ର , ବୌଦ୍ଧ ବ୍ଲକ ଅଧ୍ୟକ୍ଷା ରେବତୀ ମହାଳିକ, ବୌଦ୍ଧବ୍ଲକ ଉପାଧ୍ୟକ୍ଷ ମନୋରଞ୍ଜନ୍‌ ପୁରୋହିତ,ଜ଼ିଲ୍ଲା ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ଜସ୍ମିନ ପ୍ରଧାନ, ମୁଣ୍ଡାପଡା ସରପଞ୍ଚ ବିଦ୍ୟାଧର ସ୍ୱାଇଁ, ବଘିଆପଡା ସରପଞ୍ଚ ଶୈଲେନ୍ଦ୍ରି ମହାକୁଡ, ତେଲିବନ୍ଧ ସରପଞ୍ଚ ନଳିନୀ ପଲିଆ, ତାଳସରଡା ସମିତି ସଭ୍ୟା ରିତାଞ୍ଜଲି ମହାକୁଡ଼, ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ର (ଜିତୁ), ବାମଣ୍ଡା ସରପଞ୍ଚ ଲଳିତ ଥାଟୀ, ପୂର୍ବତନ ସରପଞ୍ଚ ସରସରା ଅରୁଣ ପ୍ରଧାନ, ତେଲିବନ୍ଧ ପୂର୍ବତନ ସରପଞ୍ଚ ଭୋଳା ଗିରି ସାହୁ, ସହଦେବ ବେଜି, ତ୍ରିପୁର୍‌ ମହାକୁଡ, ମୁଣ୍ଡି ପଦର ପୁର୍ବତନ ସରପଞ୍ଚ ମହେନ୍ଦ୍ର ପ୍ରଧାନ, ଅନ୍ୟମାନଙ୍କ ମଧ୍ୟ୍ୟରେ ପ୍ରଭାତ ପ୍ରଧାନ, ରୋପ କ୍ଳବ ସଂପାଦକ ହରିହର ପ୍ରଧାନ, ସଭାପତି ସୁଜିତ ପ୍ରଧାନ, ଶିକ୍ଷକ ପ୍ରମୋଦ ପ୍ରଧାନ, ହିତେନ୍ଦ୍ର ମେନ୍ଦୁଲି, ଗୟାଧର ମହାକୁଡ଼, ଅଜିତ ମହାକୁଡ଼, ହରିଶ ସାହୁ, ମାନଗୋବିନ୍ଦ ପ୍ରଧାନ, ସିକୁନ୍‌ ପ୍ରଧାନ୍‌, ବିଭୁ ପ୍ରସାଦ ସାହୁ, ଗିରିଶ ସାହୁ, ବାବୁ ହୋତା, ଉମେଶ ସାହୁ, ଲମ୍ବଦୋର ହୋତା,ଗୋବିନ୍ଦ ଭଞ୍ଜ,ସଂଜୀବ ହୋତା,ପ୍ରମିଲ୍‌ ପ୍ରଧାନ,ଜହ୍ନାପଙ୍କ ମାରୁତି ଯୁବକ ସଂଘର ସମ୍ପାଦକ ଜଗଦୀଶ ବାରିକ ପ୍ରମୁଖ ସାମିଲ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

eleven + 12 =