ପାରଳାଖେମୁଣ୍ଡି : ଓଡ଼ିଶାର ବିଶିଷ୍ଟ ନାଟ୍ୟ ସଂଗଠନ ଢେଙ୍କାନାଳର ଅଲ୍ଟର୍ନେଟିଭ ରିଦମ ଥିଏଟର ଦ୍ୱାରା ଆୟୋଜିତ ନାଟ୍ୟକଥାରେ ପାରଳାଖେମୁଣ୍ଡିର ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ନାଟ୍ୟଶ୍ରୀ ଦେବେନ୍ଦ୍ର ଦାସ ଯୋଗ ଦେଇଥିଲେ । ନାଟ୍ୟକଥା ଦୀର୍ଘ ଏକ ବର୍ଷ ଧରିହେଉଛି, ଏଥିରେ ଅନଲାଇନ ମାଧ୍ୟମରେ ଓଡ଼ିଶାର ବହୁ ବରିଷ୍ଠ ନାଟ୍ୟକାର ଓ ମଞ୍ଚ ନିର୍ଦ୍ଦେଶକ ଯୋଗ୍ ଦେଇ ନିଜର ମତାମତ ରଖନ୍ତି । ୫୫ ତମ କାର୍ଯ୍ୟକ୍ରମ ରେ ପାରଳାଖେମୁଣ୍ଡିର ପ୍ରଗତିଶୀଳ ନାଟ୍ୟ ଅନୁଷ୍ଠାନ ତରଙ୍ଗ ରଙ୍ଗର ସଭାପତି ତଥା ବରିଷ୍ଠ ନାଟ୍ୟକାର ତଥା ନିର୍ଦ୍ଦେଶକ ଦେବେନ୍ଦ୍ର ଦାସ ଯୋଗ ଦେଇ ପାରଳାଖେମୁଣ୍ଡିରେ ନାଟକର ବର୍ତ୍ତମାନ ସ୍ଥିତି ଓ ସମସ୍ୟା ଉପସ୍ଥାପନା କରିବା ସହ ଓଡ଼ିଶାର ପ୍ରଥମ ଓଡ଼ିଆ ନାଟକ ଗୋପୀନାଥ ବଲଭ ଓ ପ୍ରଥମ ନାଟ୍ୟକାର ରଘୁନାଥ ପରିଛା ଓ ଓଡ଼ିଶାର ପ୍ରଥମ ରଙ୍ଗମଞ୍ଚ ପଦ୍ମନାଭ ରଙ୍ଗାଳୟ, ଏ ସବୁ ଅବଦାନ କେବଳ ପାରଳାଖେମୁଣ୍ଡି ହିଁ ଦେଇଛି ବୋଲି ଦାବୀ ଦୋହରାଇ ଥିଲେ । ନାଟ୍ୟକଥାରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ନାଟୁଆମାନେ ଯୋଗ ଦେଇ ନିଜର ଅନୁଭୂତି ଓ ଅଭିଜ୍ଞତାକୁ ପ୍ରକାଶ କରିଥାନ୍ତି । ଯାହା କୌଣସି ପୁସ୍ତକରେ ନଥାଏ କିନ୍ତୁ ଏହି କଥା ଆଗମୀ ପିଢ଼ି ର କଳାକାରଙ୍କୁ ଅନେକ ପ୍ରେରଣା ଯୋଗାଇଥାଏ ।
ଢେଙ୍କାନାଳର ବିଶିଷ୍ଟ ମଞ୍ଚ ନିର୍ଦ୍ଦେଶକ ତଥା ଅଲ୍ଟର୍ନେଟିଭ ରିଦମ ଥିଏଟର ନାଟ୍ୟ ସଂଗଠନ ର ସମ୍ପାଦକ ଦିନେଶ ଦାସ ଦୀର୍ଘ ଏକ ବର୍ଷ ଧରି ପ୍ରତି ସପ୍ତାହରେ ଏହି ଅନଲାଇନ୍ ନାଟ୍ୟ ଆଲୋଚନା କାର୍ଯ୍ୟକ୍ରମ ଅୟୋଜନ କରୁଛନ୍ତି । ୫୫ ତମ କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡିରୁ ଦେବେନ୍ଦ୍ର ଦାସ ଯୋଗ ଦେଇ ନିଜର ସୁଚିନ୍ତିତ ମତାମତ ସହ ନାଟ୍ୟ ଅନୁଭୂତି ଉପସ୍ଥାପନା କରିଥିବା ବେଳେ ଉପାନ୍ତ ଅଞ୍ଚଳରେ ଦୀର୍ଘ ବର୍ଷ ଧରି ଓଡ଼ିଆ ନାଟ୍ୟ ପରମ୍ପରା ବଜାୟ ରଖିଥିବା ଯୋଗୁଁ ସ୍ଥାନୀୟ କ୍ରିଏଟିଭ ଆର୍ଟସ ଓ ତରଙ୍ଗ ରଙ୍ଗ ନାଟ୍ୟ ଅନୁଷ୍ଠାନର କଳାକାରମାନଙ୍କୁ ଆଲୋଚନର ଆୟୋଜକ ଦିନେଶ ଦାସ ଭୂୟଶୀ ପ୍ରଶଂସା କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post
Next Post