ସୁବର୍ଣ୍ଣପୁର ତ୍ରିବେଣୀ ସଙ୍ଗମରେ ଗଙ୍ଗା ଆରତୀ ସମାରୋହ

0 202

ସୁବର୍ଣ୍ଣପୁର : ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସୁବର୍ଣ୍ଣପୁର ସଙ୍ଗମ ଆଳତୀ କମିଟି ପକ୍ଷରୁ ସନ୍ଧ୍ୟା ୭ ଘଣ୍ଟା ସମୟରେ ମହାନଦୀ ତ୍ରିବେଣୀ ସଙ୍ଗମରେ ସଙ୍ଗମ ଆରତୀ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଡଙ୍ଗରଗଡ଼ ମଠର ମଠାଧୀଶ ମହନ୍ତ ଶ୍ରୀ ଶ୍ରୀ ଗିରିବର ଦାସ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲେ । ବିଦ୍ୱାନ ମେଘନାଦ ପାଣିଗ୍ରାହୀ, ସଚ୍ଚିଦାନନ୍ଦ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବିଦ୍ୱାନ ମେଘନାଦ ପାଣିଗ୍ରାହୀଙ୍କୁ କମିଟି ତରଫରୁ ସୁବର୍ଣ୍ଣପୁର ଗୌରବ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସଙ୍ଗମ ଆରତୀ କାର୍ଯ୍ୟକ୍ରମରେ ପଣ୍ଡିତ ଶିବନାରାୟଣ ପୁଜାରୀ, ରାଧେଶ୍ୟମ ପୁରୋହିତ, ଗଣେଶ ଦାଶ, ସଚିତା ଦାଶ, ଆରତୀ ପ୍ରଦାନ କରିଥିଲେ । ଏଥିରେ କମିଟି ମୁଖ୍ୟ ଶ୍ୟାମକ୍ଷ ଓମ୍‌ ପ୍ରସାଦ ମିଶ୍ର, ଉପଦେଷ୍ଟା ଶ୍ରୀବତ୍ସ ମଲ୍ଲିକ, ନାଟ୍ୟଶ୍ରୀ ଗଦାଧର ବାରିକ, ଅଧ୍ୟାପକ ପୁରୁଷୋତ୍ତମ ମିଶ୍ର, ସନ୍ତୋଷ ପଧାନ, ଦେବଦତ୍ତ ମହାପାତ୍ର, ଗଣପତି ବାଘ, ମନୋଜ ବାରିକ, ରଶ୍ମି ରଞ୍ଜନ ମିଶ୍ର, ଗୌରୀଶଙ୍କର ନାଏକ, ବେଣୁଧର ପ୍ରଧାନ, ସୌରଭ ରଞ୍ଜନ ଖମାରି, କିଶୋର ମେହେର, ରାମଜୀ ନେଗୀ, ଧରଣୀ ମିଶ୍ର, ମନୋରଞ୍ଜନ ପାଣିଗ୍ରାହୀ ପ୍ରମୁଖ ସହଯୋଗ କରିଥିଲେ । ସ୍ୱଚ୍ଛ ମହାନଦୀ, ସ୍ୱଚ୍ଛ ପରିବେଶ, ସ୍ୱଚ୍ଛ ସୁବର୍ଣ୍ଣପୁର ଏହି ଉତ୍ସବର ମୁଖ୍ୟ ଲକ୍ଷ୍ୟ ରହିଛି । ଏହି କାର୍ଯ୍ୟକ୍ରମରେ ସହର ତଥା ପାଖ ଅକ୍ଷଖ ଅଂଚଳର ହଜାରହଜାର ଭକ୍ତ ଓ ଶ୍ରଦ୍ଧାଳୁ ଯୋଗଦେଇ ଗଙ୍ଗା ଆରତୀକୁ ଦର୍ଶନ ଲାଭ କରିଥିଲେ ।

hiranchal ad1
Leave A Reply

Your email address will not be published.

two × five =