ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସଂଖ୍ୟାଲଘୁ ସେଲ ମୁସଲିମ ସମ୍ପ୍ରଦାୟ ପକ୍ଷରୁ ପସ୍ତୁତି ବୈଠକ

0 188

ଫୁଲବାଣୀ: ବିଜୁଜନତା ଦଳ ସୁପ୍ରିମୋ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର କନ୍ଧମାଳ ଜିଲ୍ଲା ଗସ୍ତକୁ ନେଇ ଉତ୍ସାହିତ ହୋଇ ଏବଂ ବିଜେଡିର ଦଳୀୟ ସଂଗଠନ ବୃଦ୍ଧି ଉଦ୍ଦେଶ୍ୟରେ ସଂଖ୍ୟା ଲଘୁସେଲ ମୁସଲିମ ସମ୍ପ୍ରଦାୟ ପକ୍ଷରୁ ଏକ ପସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଫୁଲବାଣୀ ସଦର ମହକୁମା ସ୍ଥିତ ସ୍ଥାନୀୟ ସେନାପତି ରେସିଡାନ୍ସ ଠାରେ ଅନୁଷ୍ଠିତ ବୈଠକରେ ବିଜୁଜନତା ଦଳ ରାଜ୍ୟ ସଂଖ୍ୟାଲଘୁ ସେଲର ସାଧାରଣ ସମ୍ପାଦକ ମହମ୍ମଦ ୟାସୀନ ବେଗ ନେତୃତ୍ୱ ନେଇଥିବା ବେଳେ ଜିଲ୍ଲା ସଂଖ୍ୟା ଲଘୁସେଲ ଉପ ସଭାପତି ସୟଦ ବଖାରୀଙ୍କର ସଭାପତିତ୍ୱ କରିଥିଲେ । ଉକ୍ତ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର କନ୍ଧମାଳ ଗସ୍ତ ଦିନରେ ମୁସଲମାନ ସମ୍ପ୍ରଦାୟର ୫୦୦ ରୁ ଉର୍ଦ୍ଧ୍ୱ ପୁରୁଷ ଓ ମହିଳା ସେହି କାର୍ଯ୍ୟକ୍ରମରେ ଯୋଗ ଦେବା ନିମନ୍ତେ ଆୟୋଜିତ ବୈଠକରେ ନିଷ୍ପତ୍ତି ହୋଇଥିଲା । ଉକ୍ତ ବୈଠକରେ ଫୁଲବାଣୀ ସହର ବାସିନ୍ଦା ମୁସଲମାନ ସମ୍ପ୍ରଦାୟର ସମସ୍ତ ଯୁବକମାନେ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିବା ବେଳେ ବୈଠକରେ ମୁଖ୍ୟମନ୍ତ୍ରୀଙ୍କର ଗସ୍ତକୁ ନେଇ ହୋଇଥିବା ନିଷ୍ପତ୍ତିକୁ ସମର୍ଥନ ଜଣାଇ ସମତି ପ୍ରକାଶ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ମହମ୍ମଦ ସାକିଲ, ମହମ୍ମଦରାହିଲ, ସାବୀର ହୁସେନ,ଏସ କେ ନିଜାମ, ମଞ୍ଚାସିନ ଥିବା ବେଳେ କର୍ମକର୍ତ୍ତା ସୟଦ ବାବର ଅଲ୍ଲୀ, ମହମ୍ମଦ ରଜାକ, ମହମ୍ମଦ ହାପିଜ,ସାୟାଦ ହୁସେନ, ଏସ କେ ସେରୁ ପ୍ରମୁଖ ମୁସଲମାନ ସମ୍ପ୍ରଦାୟର ଯୁବ ନେତୃତ୍ୱ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

seventeen − fifteen =