ସିରିଜ ପୋଛିନେଲା ଭାରତ,ତୃତୀୟ ଟି-୨୦ରେ ବି ହାରିଲା ନ୍ୟୁଜିଲାଣ୍ଡ

0 105

କୋଲକାତା: ରୋହିତ ଶର୍ମାଙ୍କ ନେତୃତ୍ୱରେ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ଶୃଙ୍ଖଳାରେ ଭାରତ ଦମ୍‌ଦାର ପ୍ରଦର୍ଶନ କରିଛି। ଶୃଙ୍ଖଳାର ୩ୟ ତଥା ଅନ୍ତିମ ମୁକାବିଲାରେ ଭାରତ ଉଭୟ ବ୍ୟାଟିଂ ଓ ବୋଲିଂ ଦିଗରେ ଉନ୍ନତ ପ୍ରଦର୍ଶନ କରିଛି। ଫଳରେ ଟିମ୍‌ ଇଣ୍ଡିଆ ଅତିଥି ଦଳକୁ ୭୩ ରନ୍‌ରେ ପରାସ୍ତ କରିଛି। ଏଥି ସହିତ ଭାରତ ୩-୦ରେ ଶୃଙ୍ଖଳା ବିଜୟ ହାସଲ କରିଛି। କୋଲକାତାର ଐତିହାସିକ ଇଡେନ୍‌ ଗାର୍ଡେନ୍ସରେ ରବିବାର ଟିମ୍‌ ଇଣ୍ଡିଆ ଟସ୍‌ ଜଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ରୋହିତଙ୍କ ଅର୍ଦ୍ଧଶତକ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ଟି ଓ୍ଵିକେଟ୍‌ ହରାଇ ୧୮୪ ରନ୍‌ କରିଥିଲା। ଫଳରେ ନ୍ୟୁଜିଲାଣ୍ଡକୁ ୧୮୫ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା। କିନ୍ତୁ ନ୍ୟୁଜିଲାଣ୍ଡ ୧୭.୨ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୧୧୧ ରନ୍‌ କରିପାରିଛି। ଭାରତ ପକ୍ଷରୁ ଅକ୍ଷର ପଟେଲ ସର୍ବାଧିକ ୩ଟି ଓ୍ଵିକେଟ୍‌ ନେଇଛନ୍ତି। ହର୍ଷଲ ପଟେଲଙ୍କୁ ୨ଓ୍ଵିକେଟ୍‌ ମିଳିଥିବା ବେଳେ ଦୀପକ ଚହର, ୟୁଝବେନ୍ଦ୍ର ଚହଲ ଓ ଭେଙ୍କଟେସ୍‌ ଆୟରଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ମିଳିଛି।

hiranchal ad1
Leave A Reply

Your email address will not be published.

2 × 2 =