ୱାର୍ଡ ନଂ – ୧୯ ର ଯୁବ ସମାଜ ସେବୀ ଭାରତ ଚମ୍ପତ୍ତିରାୟଙ୍କ ନିଜସ୍ୱ ଉଦ୍ୟମରେ ଜି. ଜି. ପି. କଲୋନୀ ତଥା ଆଖପାଖ ବସ୍ତି ଅଞ୍ଚଳରେ ବସବାସ କରୁଥିବା ଗରିବ ଶ୍ରେଣୀର ଲୋକମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରୁଥିଲେ l ପ୍ରାୟତଃ ୬୦ ରୁ ଉର୍ଦ୍ଧ୍ବ ଲୋକଙ୍କୁ ସେ ସହାୟତା ପ୍ରଦାନ କରିଥିଲେ l ସଫେଇ କର୍ମ ଚାରିଙ୍କୁ ମାସ୍କ ଓ ସାନିଟାରୀ ବଣ୍ଟନ କରାଯାଇଥିଲା ଏବଂ ଆଗାମୀ ଦିନରେ ମଧ୍ୟ ଏହିପରି କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ଭାରତ ଚମ୍ପତ୍ତିରାୟ ପ୍ରକାଶ କରିଥିଲେ l