ଧାନବିହନ ମିଳିବାନେଇ ଅନିଶ୍ଚିତତା, ଚାଷୀ ହତାଶ

0 409

ବୌଦ୍ଧ:ଅକ୍ଷୟ ତୃତୀୟା ଚାଲିଗଲାଣି । ଅକ୍ଷିମୁଠି ଅନୁକୂଳ ହୋଇପାରିଲାନି ଚାଷୀର ବିହନ ଅଭାବ ଯୋଗୁଁ । ବିହନ ନିଗମର ପାଲଝାର ବିହନ ପ୍ରକ୍ରିୟାକରଣ କେନ୍ଦ୍ରରେ ଝୁଲୁଛି ତାଲା । ପ୍ରାୟ ୬୫୧୮ କ୍ୱିଣ୍ଟାଲ ବିହନର ପ୍ରକ୍ରିୟାକରଣ ଓ ପ୍ୟାକିଂ ସରିଯାଇଛି ହେଲେ ତାହାରମାନ ପରୀକ୍ଷଣ ହୋଇପାରିନଥିବାରୁ କୌଣସି ଡିଲରଙ୍କୁ ବିହନ ଦିଆଯାଇପାରୁନାହିଁ ବିକ୍ରୟ ପାଇଁ । ଚାଷୀ ଜଗିରହିଛି ବିହନକୁ ନେଇ ତଳି ପକାଇବାକୁ ସିନା ହେଲେ ବଜାରରେ ମିଳୁନାହିଁ ବିହନ । ବୌଦ୍ଧଜିଲ୍ଲାର ହଜାରହଜାର ଚାଷୀ ନିରୁପାୟ ଓ ହତାଶ । କୃଷି ବିଭାଗ ହାତବାନ୍ଧି ବସିଛି ।

hiring


ଓଡିଶା ରାଜ୍ୟ ବିହନ ନିଗମର ପାଲଝାର ଧାନବିହନ ପ୍ରକ୍ରିୟାକରଣ କେନ୍ଦ୍ରରୁ ଉତ୍ପାଦିତ ହୋଇଥାଏ ବିଭିନ୍ନ କିସମର ପ୍ରାମାଣିକ ଧାନବିହନ । ଚଳିତବର୍ଷ ମଧ୍ୟ ପୂଜା, କଳାଚଂପା, ସ୍ୱର୍ଣ୍ଣ ସବୱନ, ଏମ୍‌.ଟି.ଓ ୧୦୦୧, ସି.ଓ ୫୧, ଏମ୍‌.ଟି.ଓ ୧୦୬୪, ଡି.ଆର.ଆର ୪୨, ବୀଣା ୧୧, ଏମ୍‌.ଟି.ଓ ୭୦୨୯ ଆଦି ୧୦ଗୋଟି ଉତ୍ତମ ଆୟଯୁକ୍ତ ଧାନବିହନ ମିଶି ୬୫୧୮ କ୍ୱିଣ୍ଟାଲ ବିହନ ଧାନ ପ୍ରକ୍ରିୟାକରଣ କରାଯାଇଛି । ସେଗୁଡିକ ପ୍ୟାକିଂ କରି ଗୋଦାମରେ ମଧ୍ୟ ରଖାଯାଇଛି । ଚାଷୀମାନଙ୍କ ଠାରୁ ଧାନକ୍ରୟ କରି ପ୍ରକ୍ରିୟାକରଣ ପରେ ୪୨ଗୋଟି ସେବା ସମବାୟ ସମିତି ସମେତ ୯୮ଜଣ ପଞ୍ଜିକୃତ ଡିଲରଙ୍କ ଜରିଆରେ ଚାଷୀଙ୍କୁ ବିକ୍ରୟପାଇଁ ଧାନବିହନ ଯୋଗାଇଥାଏ । ସମବାୟ ସମିତି ଓ ଡିଲରମାନେ ସେମାନଙ୍କର ଆବଶ୍ୟକ ବିହନ ତାଲିକା କୃଷି ଓ ସମବାୟ ବିଭାଗକୁ ବହୁପୂର୍ବରୁ ପ୍ରଦାନ କରିଥିଲେ ମଧ୍ୟ ସଂଗୃହୀତ ବିହନର ମାନ ପରୀକ୍ଷଣ ହୋଇ ବରଗଡସ୍ଥିତ ପରୀକ୍ଷାଗାରରୁ ଆସିନଥିବାରୁ ବିହନ ନିଗମ ଡିଲରମାନଙ୍କୁ ବିହନ ଯୋଗାଣ କରୁନାହିଁ ।


ମିଳିଥିବା ତଥ୍ୟ ଅନୁସାରେ କୃଷିବିଭାଗ ଅଧୀନରେ ଥିବା ପାଲଝାର ଫାର୍ମରୁ ଉତ୍ପାଦିତ ପ୍ରାୟ ୩୦ ଏକର ଜମିର ଧାନକୁ ମଧ୍ୟ ବିହନ ପାଇଁ କୃଷିବିଭାଗ ଦେଇଛି । ସେସବୁ ଧାନ ବର୍ଷାଖାଇ ନଷ୍ଟ ହୋଇଯାଇଥିବାରୁ ଧାନ ଗଜା ହେବାର ସମ୍ଭାବନା ବହୁତ କମ୍ । ଫାର୍ମ କର୍ତ୍ତୃପକ୍ଷଙ୍କ ଖାମଖିଆଲି ମନୋଭାବ ଯୋଗୁଁ ୪୦ ଏକର ଜମିର ଚାଷ ଧାନ ମଧ୍ୟ ନଷ୍ଟହୋଇ ବିଲରେ ପଡିଛି । ଏ ସମସ୍ତ ଧାନରୁ ବିହନକରି ଚାଷୀଙ୍କୁ ଦେଲେ ଚାଷୀ କ୍ଷତିରେ ହିଁ ପଡିବେ ବୋଲି ଚାଷୀମାନେ ପ୍ରକାଶ କରନ୍ତି । ପରୀକ୍ଷାଗାରରୁ ଧାନବିହନର ମାନ କଣ ସେ ରିପୋର୍ଟ ଆସିଲେ କୃଷି ବିଭାଗର ପାରଦର୍ଶିତାର ପ୍ରମାଣ ମିଳିଯିବ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ପରୀକ୍ଷାଗାରର ରିପୋର୍ଟ ଶୀଘ୍ର ଆଣି ବିହନ ନିଗମ ତୁରନ୍ତ ଚାଷୀଙ୍କୁ ବିହନ ଯୋଗାଇ ଦେବାକୁ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

six + 13 =