ବ୍ୟାପକ ଜନବିରୋଧ ପରେ ଫେରାଇ ଦିଆଗଲା ରାଉରକେଲାରୁ ଭୀମସାରକୁ ୬ ସନ୍ଦିଗ୍ଧ କରୋନା ରୋଗୀ ପଠାଯାଇଥିଲା

0 221

ସମ୍ବଲପୁର: ଓଡିଶା ରାଜ୍ୟ ସହିତ ସମଗ୍ର ଦେଶରେ ବର୍ତ୍ତମାନ କରୋନା ସମସ୍ତଙ୍କ ଚିନ୍ତା ବଢାଉଛି । ରାଜ୍ୟର କିଛି ଜିଲ୍ଲାରେ କରୋନା ପଜିଟିଭ ଚିହ୍ନଟ ହେବା ପ୍ରକ୍ରିୟା ଅବ୍ୟାହତ ରହିଛି କିନ୍ତୁ ସୌଭାଗ୍ୟକ୍ରମେ ଏଠାରେ ସମ୍ବଲପୁର ଜିଲ୍ଲାରେ ଏପର୍ଯ୍ୟନ୍ତ ଗୋଟିଏ ହେଲେ ମାମଲା ପ୍ରକାଶକୁ ଆସିନାହିଁ । ଯେତେଟା ସନ୍ଦିଗ୍ଧ ମାମଲା ବାହାରିଛି ସେଗୁଡିକ ପରୀକ୍ଷା ପରେ ନେଗେଟିଭ ବାହାରିଥିବାରୁ ଏଠାରେ ସମସ୍ତଙ୍କ ମନରେ ଆଶ୍ୱସ୍ତି ରହିଛି କିନ୍ତୁ କିଛି ଲୋକଙ୍କୁ ଏହା ଆଦୌ ସୁହାଉନାହିଁ । ସମ୍ବଲପୁର ଠାରୁ ପୂର୍ବରୁ ରାଉରକେଲା ଠାରେ କୋଭିଡ ଟେଷ୍ଟିଂ ଓ ଚିକିତ୍ସାସେବା ଆରମ୍ଭ କରାଯାଇଛି ଓ ସେଠାରେ ଏପର୍ଯ୍ୟନ୍ତ ୬ଟି କରୋନା ପଜିଟିଭ ମାମଲା ପ୍ରକାଶ ପାଇଛି ।

hiring

କିନ୍ତୁ ନିଜ ପାଖରେ ସବୁ ସୁବିଧା ଥାଇ ମଧ୍ୟ ଏହିସବୁ ମାମଲାକୁ ରାଉରକେଲାରୁ ଭୀମସାରକୁ ପଠାଗଲା ଓ ତାହାର କୌଣସି ଉଚିତ କାରଣ ଦର୍ଶାଯାଇନାହିଁ । ଯଦି ସେମାନଙ୍କ ପାଇଁ ଉଚ୍ଚଚିକିତ୍ସା ଆବଶ୍ୟକ ଥିଲା ତାହାଲେ ସେଗୁଡିକ ଭୁବନେଶ୍ୱର କିମ୍ବା କଟକ ପଠାଯିବା କଥା କାରଣ ସେଠାରେ ଉଚ୍ଚତର ସୁବିଧା ଓ ଅନୁଭବୀ ଚିକିତ୍ସକମାନେ ଅଛନ୍ତି । କିନ୍ତୁ ସେ ମାମଲାସବୁ ଅଯଥା ଭୀମସାରକୁ ପଠାଗଲା । ପୁଣି ଏଠାରେ ଚିକିତ୍ସାଧୀନ ସମୟରେ ଜଣଙ୍କର ମୃତ୍ୟୁ ଘଟିଥିଲା ସୌଭାଗ୍ୟବଶତଃ ମୃତରୋଗୀର ନମୁନା ଆଗରୁ ପରୀକ୍ଷା କରାଯାଇଥିଲା ଓ ରିପୋର୍ଟ ନେଗେଟିଭ ରହିଥିଲା । ବର୍ତ୍ତମାନ ସୁଦ୍ଧା ତାଙ୍କର ମୃତ୍ୟୁର କାରଣ ରହସ୍ୟାବୃତ୍ତ ହୋଇରହିଛି । ଏହାକୁ ନେଇ ଏଠାରେ ବ୍ୟାପକ ଜନପ୍ରତିକ୍ରିୟା ପ୍ରକାଶ ପାଇବାରୁ ଜିଲ୍ଲାପାଳ ଶୁଭମ ସକସେନା ବାଧ୍ୟହୋଇ ଭୀମସାର ପହଞ୍ଚି ସେଠାକାର କର୍ତ୍ତୃପ କ୍ଷଙ୍କ ସହିତ ଆଲୋଚନା କରିଥିଲେ । ଏହାପରେ ଏହି ରୋଗୀଙ୍କୁ ରାଉରକେଲା ଫେରାଇ ନେବାକୁ ନିଷ୍ପତ୍ତି ନିଆଯାଇ ପ୍ରକ୍ରିୟା ଆରମ୍ଭ ହୋଇଛି ।

hiranchal ad1
Leave A Reply

Your email address will not be published.

17 + four =