ସଚିନ୍‌ଙ୍କୁ ୱାର୍ଣ୍ଣେ ବୋଲିଂ କଲାବେଳେ ମୂଷା-ବିଲେଇ ଖେଳ ପରି ଲାଗେ

0 259

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ସ୍ପିନର ସେନ୍ ୱାର୍ଣ୍ଣେ ବୋଲିଂ କରିବାକୁ ଆସିଲେ ବିପକ୍ଷ ଦଳ ବ୍ୟାଟ୍ସମ୍ୟାନ୍ ଥରହର ହୋଇପଡ଼ନ୍ତି । ୱାର୍ଣ୍ଣେ କଳେ ବଳେ, କୌଶଳେ ଯେପରି ହେଲେ ୱିକେଟ୍ ନେବା କଥା ନେବେ । ତେଣୁ ବିପକ୍ଷ ଦଳ ବ୍ୟାଟ୍ସମ୍ୟାନ୍‌ମାନେ ତାଙ୍କୁ ସତର୍କତା ସହିତ ଖେଳନ୍ତି । କିନ୍ତୁ ଭାରତୀୟ ବ୍ୟାଟ୍ସମ୍ୟାନ୍ ସଚିନ୍ ତେନ୍ଦୁଲକରଙ୍କ ପକ୍ଷରେ ସେଭଳି କିଛି ଅନୁମାନ କରାଯାଏନି ବୋଲି ସେହି ଅଷ୍ଟ୍ରେଲିଆର ପେସର ବ୍ରେଟ୍ ଲି ଉଲ୍ଲେଖ କରି କହିଛନ୍ତି । ସେ କହିଛନ୍ତି ଯେ, ତେନ୍ଦୁଲକରଙ୍କୁ ସେନ୍ ୱାର୍ଣ୍ଣେ ବୋଲିଂ କଲାବେଳେ ମୂଷା-ବିଲେଇ ଖେଳ ପରି ଲାଗେ । କାରଣ ୱାର୍ଣ୍ଣେ ବୋଲିଂ କଲା ବେଳେ ସଚିନ୍ ତାହାକୁ କିପରି ବାଉଣ୍ଡାରୀ ପାର କରିବେ ସେଥିପ୍ରତି ବିଶେଷ ଦୃଷ୍ଟି ଦେଇଥାନ୍ତି । ତାଙ୍କ ବଲକୁ ଖାଲି ଛକା, ଚୌକା ଲଗାଇ ତାଙ୍କୁ ହାଲିଆ କରିଦିଅନ୍ତି ବୋଲି ଲି ଏକ ବକ୍ତବ୍ୟରେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

9 − nine =